www.samajalive.in
Saturday, December 6, 2025
26.1 C
Bhubaneswar

ଘର ଉପରେ ମାଡିଗଲା ଟ୍ୟାଙ୍କର, ଜଣେ ମୃତ

ରାୟଗଡା: ଭାରସାମ୍ୟ ହରାଇ ଘର ଉପରେ ମାଡିଗଲା ଟ୍ୟାଙ୍କର। ଜଣେ ମୃତ, ଦୁଇ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁମ୍ମା ଗାଁରେ। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର୍ ୩ଟା ସମୟରେ ଏକ ଟ୍ୟାଙ୍କର ଟିକିରିରୁ ରାୟଗଡା ଆସୁଥିଲା। ଏତିକିବେଳେ ରାସ୍ତାକଡରେ ଥିବା ଏକ ଛୁମ୍ପୁଡି ଘର ସହ ଦୁଇଟି ଦୋକାନ ଘରକୁ ଧକ୍କା ଦେଇଥିଲା। ଝୁମ୍ପୁଡି ଘରେ ଶୋଇଥିବା ମହିଳା ଲକ୍ଷ୍ମୀ ପାତ୍ର ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ୟାଇଭର ଦୀପକ କୁର୍ଜୁ ମଧ୍ୟ ଗୁରୁତର ଭାବେ ଆହତ ହାଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ୍ ସହ ଡ୍ରାଇଭର ମହାସଂଘ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ କ୍ଷତିପୂରଣ ଦାବିରେ ଏନଏଚ୍ ୩୨୬ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories