ଟେଲିଫୋନ ଖୁଣ୍ଟିକୁ ଗ୍ରାମର ମଧ୍ୟଭାଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

ଝୁମ୍ପୁରା: ବର୍ତ୍ତମାନ ଟେଲିଫୋନ କମ୍ପାନୀଗୁଡିକ ପ୍ରତିଯୋଗିତା ମୂଳକ ଭାବରେ ବିଭିନ୍ନ ସ୍ଥାନରେ ଟେଲିଫୋନ ଖୁଣ୍ଟି ନିର୍ମାଣ କରିଚାଲିଛନ୍ତି। ଟେଲିଫୋନ ଖୁଣ୍ଟିଗୁଡିକ ବସିବା ଫଳରେ ଜନସାଧାଣଙ୍କ କ’ଣ କ୍ଷତି ହେଉଛି ସେଥିପ୍ରତି କମ୍ପାନୀଗୁଡିକ ତିଳେମାତ୍ର ଧ୍ୟାନ ଦେଉ ନାହାନ୍ତି। ଝୁମ୍ପୁରା ବ୍ଲକ ସିଲିଟିଆ ସାଇଡର ପାହାଡପୁର ଗ୍ରାମର ଗୁରୁଚରଣ ନାୟକଙ୍କ ବାଡିରେ ଭାରତୀ ଇନଫୋଟେକ ପକ୍ଷରୁ ଟେଲିଫୋନ ଖୁଣ୍ଟି ସ୍ଥାପନ କରିଛନ୍ତି। ଏହି ଟେଲିଫୋନ ଖୁଣ୍ଟିରେ ପୁଣି ଏବେ ଜିଓ କମ୍ପାନୀ ମିଶ୍ରଣ ହୋଇଛି। ଟେଲିଫୋନ ଖୁଣ୍ଟର ମେସିନଗୁଡିକ ବିଦ୍ୟୁତରେ ଚାଲୁଛି, ଯେଉଁ ସମୟରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ ହେଉଛି ଏହି ସମୟରେ ଟୋଲିଫୋନ ଖୁଣ୍ଟର ମେସିନ ଚାଲିବା ପାଇଁ ଜେନେରେଟର ବ୍ୟବସ୍ଥା ହୋଇଛି। ଏହି ଟେଲିଫୋନ ଖୁଣ୍ଟର ମେସିନଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଅତି ପୁରୁଣା ଜେନେରେଟର ଲାଗିଥିବାରୁ ଏହା ଚାଲୁ ହେବାକ୍ଷଣି ଗ୍ରାମସାରା ପୂରା ଧୂଆଁମୟ ହୋଇଯାଉଛି। ତା’ ସହିତ ଜେନେରେଟରରୁ ପ୍ରବଳ ଶଦ୍ଦ ବାହାରୁ ଥିବାରୁ ଗ୍ରାମବାସୀ ଅତିଷ୍ଟ ହୋଇପଡୁଛନ୍ତି। ଜେନେରେଟରୁ ବାହାରୁଥିବା ଧୂଆଁ କୁ ଗ୍ରାମବାସୀ ପ୍ରଶ୍ୱାସ ନେବା ପରେ ଛାତିରେ କଷ୍ଟ ଅନୁଭବ କରୁଛନ୍ତି। ତା’ ସହିତ ଟେଲିଫୋନ ଖୁଣ୍ଟରୁ ସୁ ସୁ ଭାବେ ପ୍ରବଳ ଶବ୍ଦ ବାହାରୁଛି ଯାହା ଫଳରେ ଏହି ଶଦ୍ଦ ଶୁଣି ଶୁଣି ଗ୍ରାମବାସୀଙ୍କ ମଧ୍ୟରେ ବିରକ୍ତି ଭାବ ଆସୁଛି। ବର୍ଷା ପୂର୍ବରୁ ଘଡ ଘଡି ହେଲେ ଟେଲିଫୋନ ଖୁଣ୍ଟ ନିକଟରେ ପ୍ରବଳ ଶବ୍ଦ ସୃଷ୍ଟି ହେବା ସହିତ ମନୁଷ୍ୟରେ ମୁଣ୍ଡରେ ଏହାର ପ୍ରବଳ ମାତ୍ରାରେ ପ୍ରଭାବ ପଡୁଛି। ଟେଲିଫୋନ ଖୁଣ୍ଟ ରହିଥିବା ଚାରିପାଖରେ ଘର ରହିଥିବାରୁ ବର୍ତ୍ତମାନ କିଛି ପରିବାର ଟେଲିଫୋନ ଖୁଣ୍ଟର ଜେନେରେଟରୁ ବାହାରୁ ଧୂଆଁକୁ ସହ୍ୟ କରିପାରୁ ନାହାନ୍ତି। ଗ୍ରାମର ମଧ୍ୟ ଭାଗରେ ରହିଥିବା ଟେଲିଫୋନ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରୀତ କରିବା ସହିତ ଏଠାରେ ଲାଗିଥିବା ଜେନେରେଟରଟିକୁ ବଦଳାଇବା ନିମନ୍ତେ ଗ୍ରାମବାସୀ ଚିନ୍ମୟ ନାୟକ, ପୂର୍ଣ୍ଣନନ୍ଦ ନାୟକ, ବିପିନ କୁମାର ନାୟକ, ନିଶାକର ନାୟକ, ବିକ୍ରମ ପାତ୍ର, ସତ୍ୟାନନ୍ଦ ନାୟକ, ସହେଲ କୁମାର ନାୟକ, ଶାରଦା ମଣି ନାୟକ, ଭୀମସେନ ମୁଣ୍ଡା, ସୁବନ ନାୟକ, ବସନ୍ତ ନାୟକ, ଚମ୍ପେଶ୍ୱରୀ ନାୟକ, ତପସ୍ୱନୀ ନାୟକ, ନୟନା ପାତ୍ର, ଭାଗରଥି ସିଂ, ବିନୋଦ ବିହାରୀ ନାୟକ, ପରୀ ଦାସ, ସଞ୍ଜୟ ନାୟକ ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରି ଟେଲିଫୋନ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବୀ ଜଣାଇଛନ୍ତି।

kalyan agarbati

Comments are closed.