www.samajalive.in
Monday, December 15, 2025
27.1 C
Bhubaneswar

ଦୁବଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ, ପାଇଲଟ୍‌ ମୃତ

ଦୁବଇ – ଦୁବଇ ବିମାନ ସୋ’ରେ ଏକ ତେଜସ ବିମାନ ଉଡାଣ ବେଳ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯାଇଛି । ଏହି ବିମାନଟି ଆକାଶରୁ ହଠାତ୍‌ ତଳ ଆଡକୁ ଖସି ଆସିଥିଲା । ତଳେ ପଡିବା ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ସମୟ ଦିନ ୨ଟା ୧୦ରେ ଏହି ଦୁର୍ଘଟଣା ଘଟିଛି ।

ଏହିଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

- Advertisement -

ପୂର୍ବରୁ ରାଜସ୍ଥାନ ଜୈସଲମେରରେ ଏହି କ୍ରାସ୍‌ ହୋଇଥିଲା । ୨୦୨୪ ମସିହାରେ ତେଜସ୍‌ ଉଡାଣ ଭରିବା ସମୟରେ କ୍ରାସ ହୋଇଥିଲା । ଏହି ଯୁଦ୍ଧ ବିମାନଟି ହାଲକା ଏବଂ ବହୁ କ୍ଷିପ୍ରଗତିରେ ଯାଇପାରେ । ହିନ୍ଦୁସ୍ତାନ ଏରୋନଟିକାଲ୍‌ ଲିମିଟେଡ୍‌ , ହାଲ୍‌ ଏହାକୁ ବିକଶିତ କରିଛି ।

ଦୁବଇରେ ଏବେ ଅନ୍ତର୍ଜାତୀୟ ଏୟାର ସୋ ଚାଲିଛି । ଏହା ୧୯୮୬ ମସିହାରେ ଆରମ୍ଭ ହୋଇଥିଲା । ଏହା ନାଗରିକ ବିମାନର ଏକ ଛୋଟ ମେଳା ପରି ଆୟୋଜନ କରାଯାଉଥିଲା । ପ୍ରଥମଥର ଆୟୋଜନରେ କେବଳ ୨୫ଟି ବିମାନ ପହଞ୍ଚିଥିଲେ । ଏବେ ଏହା ବିଶ୍ୱର ସବୁଠାରୁ ବଡ ଏୟାର ସୋ ବନି ସାରିଛି । ଏଥିରେ ୧୫୦୦ରୁ ଅଧିକ ପ୍ରଦର୍ଶକ ଏବଂ ୨୦୦ରୁ ଅଧିକ ଉନ୍ନତ ବିମାନ ପହଞ୍ଚିଛି ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories