ସମାଜ ଲାଇଭ ଡ଼େସ୍କ : ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶଙ୍କ ଶପଥ ଉତ୍ସବରେ ଏନଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତୀଶଙ୍କ ଶପଥ ଉତ୍ସବରେ ଯୋଗଦେଇ ନୀତିଶଙ୍କୁ ଭୂରି ପ୍ରସଂଶା କରିଛନ୍ତି । ମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ନୀତୀଶଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ,ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ମୁଁ ଶ୍ରୀ ନୀତିଶ କୁମାର ଜୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ତାଙ୍କର ଜନସେବାର ଉଜ୍ଜ୍ୱଳ ରେକର୍ଡ କେବଳ ବିହାରର ଲୋକମାନଙ୍କୁ ନୁହେଁ ବରଂ ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଆସୁଛି। ମୁଁ ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ୨୦୨୫ ନିର୍ବାଚନରେ ବିହାରର ଜନତା ବିଜେପି ଏବଂ ଏନଡିଏକୁ ଦେଇଥିବା ବିପୁଳ ଜନାଦେଶ ନୀତିଗତ, ଲୋକକୈନ୍ଦ୍ରିକ ଶାସନ ପ୍ରତି ସେମାନଙ୍କର ବିଶ୍ୱାସକୁ ପ୍ରତିଫଳିତ କରେ ଏବଂ ମୁଁ ସମସ୍ତ ଦଳୀୟ କର୍ମୀ, ନେତା ଏବଂ ଭୋଟରଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ।



