www.samajalive.in
Monday, December 8, 2025
16.1 C
Bhubaneswar

ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ସଂଘର ସମୂହ ଗଣଧାରଣା, ବିଇଓଙ୍କୁ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଭାରତ ପ୍ରାଥମିକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଡାକରାରେ ସମୂହ ଗଣଧାରଣା ଦିଆଯାଇଛି। ଏଥି ସହ ବିଇଓ ଆଲୋକ ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବ୍ଲକ ସଭାପତି ଶିଵ ରାମ କାଡ୍ରାକାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତିନି ଦଫା ଦାବି ପ୍ରଦାନ କରିଛନ୍ତି। ଦାବିଗୁଡିକ ଚୁକ୍ତି ଭିର୍ତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ଉଚ୍ଛେଦ ସହ କାର୍ଯ୍ୟରତ ସମସ୍ତ ଚୁକ୍ତି ଭିତିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ୬ବର୍ଷ ଠିକା ଚାକିରୀ ସମୟକୁ ମୂଳ ଚାକିରୀ ସଙ୍ଗେ ଗଣନ କରି ୬ଟି ଜାତୀୟ ଇନ୍‌କ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡର ପ୍ରଥା ଉଚ୍ଛେଦ କରି କେଡରଭୁକ୍ତ କରିବା ଲେଫ୍ଟ ଆଉଟ ଗଣ ଶିକ୍ଷକମାନଙ୍କୁ ନିୟମିତ କରିବା, ବହୁ ଭାଷାଭାଷୀ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦିଆଯାଉ। କେନ୍ଦ୍ରୀୟ ହାରରେ ୪୨୦୦ଗ୍ରେଡ ପେ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରିଛନ୍ତି। ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଦୀର୍ଘ ୪ଦିନ ଧରି ରାଜରାସ୍ତାରେ ରହି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଆଧାରରେ ବୈଠକ କରି ୮ମାସ ଅତିକ୍ରମ କରି ଦାବି ପୂରଣ କରିନାହାନ୍ତି। ଚଳିତ ବର୍ଷ ଅଗଷ୍ଟ ୮ତାରିଖରେ ଓ ୧୧ ତାରିଖରେ ଜିଲା ଶିକ୍ଷାଧିକାରୀ ଓ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ପ୍ରଦାନ କରିଥିଲୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରାଯାଇନଥିବା ଯୋଗୁଁ ରାଜ୍ୟ ସଂଗଠନ ନିଷ୍ପତ୍ତି କ୍ରମେ ଆମ ଦାବି ପୂରଣ ନ କରାଯିବ ପର୍ଯ୍ୟନ୍ତ ସମୂହ ଛୁଟିରେ ରହି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ଶିକ୍ଷକ ଉପସଭାପତି ବସନ୍ତ କୁମାର ପାଢୀ, ମିଳିତ ପ୍ରାଥମିକ ସଙ୍ଗର ଜିଲା ସଭାପତି ସମନାଥ ଗରଡ଼ା, ନୟନ କୁମାର ଦାସ, ତେନ୍ଦୁଲ କର ସାହୁ, ନଗେଶ୍ୱର କୌଶଲ୍ୟା, ଦେବେନ୍ଦ୍ର ବଛା, ରାମନାଥ କାଡ୍ରାକା, ବିଶ୍ୱନାଥ କାଡ୍ରାକା, ସାଙ୍ଗାମ ନୀଳକଣ୍ଠ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏ ବିଷୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଆଲୋକ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ବ୍ଲକର ସମୂହ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ଦେଇଛନ୍ତି ତାହା ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବି ବୋଲି କହିଛନ୍ତି। ଏହି ଧାରଣାରେ ପୁରୁଣା ପେନସନ ଭୁକ୍ତ ଶିକ୍ଷକ ବ୍ୟତୀତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories