ଛାତ୍ରଛାତ୍ରୀଙ୍କ ଗୁରୁପୂଜନ
ସୁଆଣ୍ଡୋ : ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁପୂଜନ ପାସୋରି ନାହୁଁ । ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ ପାଳନ କରାଯାଇ ଆସୁଛି। ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଗୁରୁଦିବସ ଭାବେ ପାଳନ କରାଯାଇ ଥାଏ । ଏହି ଅବସରରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁରୁଦିବସ ପାଳିତ ହୋଇଯାଇଛି। କେତକୀ ପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ, ବଳପୁର, ଜୟ ଦୂର୍ଗା, ରାଇଚକ୍ରଧରପୁର, ପାରକେଣା, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କରିଥିଲେ। ଗୁରୁଙ୍କୁ ଫୁଲ, ଚନ୍ଦନ ଦେଇ ପ୍ରଣାମ କରିଥିଲେ। ଗୁରୁଦିବସ ଉପଲକ୍ଷେ କେତେକ ବିଦ୍ୟାଳୟରେ ଗୁରୁପୂଜନ ସଭା କରାଯାଇଥିଲା।
Comments are closed.