www.samajalive.in
Monday, December 15, 2025
26.1 C
Bhubaneswar

ଟ୍ରଫି ସହ ଭୁବନେଶ୍ବରରେ ଓଡ଼ିଶା ଜଗରନଟ୍‌ସ ; ଭବ୍ୟ ସ୍ବାଗତ

କଟକ : ଅଲ୍‌ଟିମେଟ ଖୋଖୋ ଲିଗ୍‌ ଚମ୍ପିଆନ ଓଡ଼ିଶା ଜଗରନଟ୍‌ସ ଦଳ ଟ୍ରଫି ସହ ପୁଣେରୁ ଆସି ସୋମବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ତଥା ଓଡ଼ିଶା ଜଗରନଟ୍‌ସ ମୁଖ୍ୟ କାର୍ଯ୍ୟନିର୍ବାହୀ ରଣଜିତ କୁମାର ପରିଡା, ଓଡ଼ିଶା ଜଗରନଟ୍‌ସ ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନୀ କୁମାର ଶର୍ମାଙ୍କ ସମେତ ପୂରା ଦଳ ସୋମବାର ଟ୍ରଫି ଧରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପ​‌େ​‌ର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ କରା ଯାଇଥିଲା। ଓଡ଼ିଶା ଜଗରନଟ୍‌ସ ଦଳରେ ୬ ଜଣ ଓଡ଼ିଆ ଖେଳାଳି- ଜଗନ୍ନାଥ ମୁର୍ମୁ, ସିଦ୍ଧେଶ୍ବର ଟୁଡୁ, ସୁଖନାଥ ସିଂହ, ସ୍ବୟଂ ସତ୍ୟପ୍ରକାଶ ପରିଜା, ଲିପୁନ ମୁଖୀ ଓ ଅର୍ଜୁନ ସିଂହ ପ୍ରତିନିଧିତ୍ବ କରିଥିଲେ। ଓଡ଼ିଶା ଜଗରନଟ୍‌ସ ଦଳକୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଶୁଭେଚ୍ଛା ଜଣାଇଛନ୍ତି।

ଅଲଟିମେଟ୍‌ ଖୋଖୋ ଲିଗରେ ଓଡ଼ିଶା ଜଗରନଟ୍‌ସ ଚମ୍ପିଆନ ହେବା ସହିତ ନୂଆ ଇତିହାସ ରଚିିଛି। ଏହା ଆମ ପାଇଁ ଗର୍ବର ବିଷୟ ବୋଲି ସଚିବ ଭିନିଲ କ୍ରିଷ୍ଣା କହିଛନ୍ତି। ଓଡ଼ିଶା ଜଗରନଟ୍‌ସ ରବିବାର ପୁଣେରେ ଖେଳା ଯାଇତିବା ଫାଇନାଲରେ ୧ ପଏଣ୍ଟରେ ତେଲୁଗୁ ଯୋଦ୍ଧାଜ୍‌କୁ ପରାସ୍ତକରି ପ୍ରଥମ ସଂସ୍କରଣରେ ଚମ୍ପିଆନ ହୋଇଥିଲା। ଫାଇନାଲ ମ୍ୟାଚରେ ଓଡ଼ିଶା ଖୋଖୋ ଆସୋସିଏସନ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଅଲିମ୍ପିଆନ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଜଗରନଟ୍‌ସକୁ ଉତ୍ସାହିତ କରିଥିଲେ । ଚମ୍ପିଆନ ଓଡ଼ିଶା ଜଗରନଟ୍‌ସକୁ ୧ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଘୋଷଣା କରିଥିଲେ। ଜଗରନଟ୍‌ସ ଦଳକୁ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories