www.samajalive.in
Sunday, December 14, 2025
23.1 C
Bhubaneswar

ବର୍ଷାରେ ବେଙ୍ଗାଲୁରୁ ଉବୁଟୁବୁ ; ଜୀବନଯାତ୍ରା ପ୍ରଭାବିତ

ବେଙ୍ଗାଲୁରୁ : ଲଗାଣ ବର୍ଷା ଯୋଗୁଁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରବିବାର ସାରା ରାତି ସହରରେ ବର୍ଷା ଲାଗି ରହିଥିଲା। ଫଳରେ ସକାଳୁ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ରାସ୍ତାଘାଟରେ ପାଣି ଜମି ରହିବାରୁ ଯାନବାହନ ଚଳାଚଳ ଅସମ୍ଭବ ହୋଇପଡିଥିଲା। ମୁନ୍ନେକୋଲାଲୁର ବେଲ୍ଲାନ୍ଦୁର ବସ୍ତିର ୧୫୭୦ଟି ଘର ପାଣିରେ ବୁଡି ଯାଇଥିବାବେଳେ ୩୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଜଳ ନିଷ୍କାସନ ନିମନ୍ତେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମପି) ପକ୍ଷରୁ ମୋଟର ଲଗାଯାଇଥିଲା। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏସଡିଆରଏଫ୍‌ର ୨ଟି ବାହିନୀକୁ ନିୟୋଜିତ କରାଯାଇଥିଲା। ବର୍ଷାଯୋଗୁଁ ସହରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକର ୨୨୫ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି। ଏ ସମ୍ପର୍କରେ କମ୍ପାନୀଗୁଡିକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ଷା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ା ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ପ୍ରବଳ ବର୍ଷା ହେବ ା

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories