www.samajalive.in
Sunday, December 14, 2025
23.1 C
Bhubaneswar

୫୯ ବର୍ଷରେ ବିବାହ କଲେ ଦୌରାଜଜ୍‌

ପାଟନା : ଝାଡଖଣ୍ଡ ଗୋଡା ଜିଲାର ଅତିରିକ୍ତ ଜିଲା ଓ ଦୌରାଜଜ୍ ଶିବପାଲ ସିଂହ ୫୯ବର୍ଷରେ ବିବାହ କରିଛନ୍ତି । ବିଚାରପତି ଶିବପାଲ ବିଜେପି ନେତ୍ରୀ ତଥା ଗୋଡା ଜିଲା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ନୂତନ ତିୱାରି (୫୦)ଙ୍କୁ ବିବାହ କରିଥିଲେ। କିଛି ଓକିଲଙ୍କ କହିବା ଅନୁଯାୟୀ ଡୁମକା ଜିଲା ବାସୁକିନାଥ ମନ୍ଦିରରେ ଉଭୟ କିଛି ଦିନ ତଳେ ବିବାହ କରିଛନ୍ତି । ୨୦୦୬ରେ ବିଚାରପତି ଶିବପାଳଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସେହିପରି ନୂତନଙ୍କ ସ୍ବାମୀଙ୍କର ମଧ୍ୟ କିଛି ବର୍ଷ ତଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଗୋଟିଏ ଝିଅ ଅଛନ୍ତି । ଉଭୟ ପରିବାର ଓ ପିଲାମାନଙ୍କ ସମ୍ମତିକ୍ରମେ ବିବାହ କରିଛନ୍ତି । ଜଜ୍ ଶିବପାଲ ପୂର୍ବରୁ ସିବିଆଇ ସ୍ବତନ୍ତ୍ର ଅଦାଲତର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସେ ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories