www.samajalive.in
Monday, December 15, 2025
14.1 C
Bhubaneswar

ଆସ୍ଥା ଭୋଟରେ ହେମନ୍ତ ବିଜୟୀ

ରାଞ୍ଚି : ହେମନ୍ତ ସୋରେନଙ୍କ ନେତୃତ୍ବ ଝାଡଖଣ୍ଡ ସରକାର ବିଧାନସଭାରେ ଆଗତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ସୋମବାର ଆଗତ ହୋଇଥିବା ଆସ୍ଥା ଭୋଟରେ ଗୃହର ୮୧ ସଦସ୍ୟଙ୍କ ମଧ୍ୟରୁ ସରକାରଙ୍କ ସପକ୍ଷରେ ୪୮ଜଣ ଭୋଟ ଦେଇଥିଲେ। ଆସ୍ଥା ଭୋଟ ପୂର୍ବରୁ ବିରୋଧୀ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ ସୋରେନ ନିଜେ ଆସ୍ଥା ଭୋଟ ଲୋଡିଥିଲେ। ଏଥିପାଇଁ ସୋମବାରକୁ ବିଧାନସଭାର ସ୍ବତନ୍ତ୍ର ଦିନିକିଆ ଅଧିବେଶନ ଡକାଯାଇଥିଲା। ଆସ୍ଥା ଭୋଟ ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍), କଂଗ୍ରେସ ଓ ଆରଜେଡିକୁ ନେଇ ଗଠିତ ରାଜ୍ୟର ମେଣ୍ଟ ସରକାରକୁ ଭାଙ୍ଗିବା ଲାଗି ବିଜେପି ଯୋଜନା ଚଳାଇଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ। ହେମନ୍ତ କହିଥିଲେ ବିଜେପି ଦେଶରେ ଗଣ ବିଦ୍ରୋହ ରଚିବାକୁ ଚେଷ୍ଠିତ। ହିଂସା ଓ ରକ୍ତପାତ ମାଧ୍ୟମରେ ବିଜେପି ନିର୍ବାଚନ ଜିତିବାକୁ ଚାହଁୁଛି। ମାତ୍ର ଝାଡଖଣ୍ଡରେ ମେଣ୍ଟ (ୟୁପିଏ) ସରକାର ସ୍ଥିର ରହିଛି। ମେଣ୍ଟକୁ ଭାଙ୍ଗିବା ଲାଗି ବିଜେପିର ଯୋଜନା କେବେହେଲେ ସଫଳ ହେବ ନାହିଁ।
ଲାଭଜନକ ପଦ (ଅଫିସ ଅଫ ପ୍ରଫିଟ) ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ ଲାଗି ଭାରତର ନିର୍ବାଚନ ଆୟୋଗ (ଇସିଆଇ) ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଛନ୍ତି। ଇସିଆଇଙ୍କ ସୁପାରିସକୁ ଇତି ମଧ୍ୟରେ ପ୍ରାୟ ଦୁଇ ସପ୍ତାହ ବିତି ଯାଇଥିବାବେଳେ ରାଜ୍ୟପାଳ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସୋରେନଙ୍କ ବିଧାୟକ ପଦ ରଦ୍ଦ ସୁପାରିସ ପରେ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବାର ଆଶଙ୍କା କରିଥିଲା ୟୁପିଏ। ଏଥିପାଇଁ ୟୁପିଏ ଏହାର ବିଧାୟକଙ୍କୁ ରାଜ୍ୟ ବାହାରେ ରଖିଥିଲା। ଆସ୍ଥା ଭୋଟ ପୂର୍ବରୁ ବିଧାୟକଙ୍କୁ ରାଜ୍ୟକୁ ଅଣାଯାଇଥିଲା। ଶାସକ ବିଧାୟକଙ୍କୁ ସମ୍ପୂର୍ଣ୍ଣ ରୂପେ ବିଜେପିର ଯୋଗାଯୋଗରୁ ଦୂରେଇ ରଖାଯାଇଥିଲା। ପୂର୍ବରୁ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ମଧ୍ୟ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ପାଇଁ ଆସ୍ଥା ଭୋଟ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories