ରାଜଧାନୀ ରାଜରାସ୍ତାରେ ହଜାର ହଜାର ଶିକ୍ଷକ
ଭୁବନେଶ୍ବର : ଓଡିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ରାଜଧାନୀ ଭୁବନେଶ୍ବରର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ବରର ଲୋୟର ପିଏମଜି ଛକରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀମାନେ ଏକାଠି ହୋଇଛନ୍ତି। ମଞ୍ଚ ପକ୍ଷରୁ କରାଯାଇଥିବା ଦାବି ପୂରଣ କରିବାରେ ସରକାରଙ୍କ ଉଦାସୀନ ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଉଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲ ମଞ୍ଚ ପକ୍ଷରୁ କୁହାଯାଇଛି। ବହୁ ଦିନରୁ ମଞ୍ଚ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଚାକିରୀରେ ସର୍ତ୍ତାବଳୀ ଲାଗୁ ଓ ବକେୟା ଦରମା ପ୍ରଦାନ ପାଇଁ ଦାବି କରି ଆସୁଛି।