www.samajalive.in
Monday, December 15, 2025
16.1 C
Bhubaneswar

ସାପ ସହ ପିଇବେ କି ଚା’!

କାମ୍ବୋଡିଆର ରାଜଧାନୀ ନାମ-ପେନ୍‌ରେ ଥିବା ଏକ ଚା’ କେଫେକୁ ନେଇ ପୂରା ବିଶ୍ବ ଗଣମାଧ୍ୟମ ଓ ସୋସିଆଲ ସାଇଟ୍‌ରେ ଜୋର୍‌ ଚର୍ଚ୍ଚା ଚାଲିଛି। କାରଣ ଏହା ବୋଧହୁଏ ବିଶ୍ବର ପ୍ରଥମ କେଫେ, ଯେଉଁଠାରେ ସରୀସୃପଙ୍କ ସହ ଗ୍ରାହକଙ୍କୁ ଚା-କଫି ପରଷାଯାଉଛି। କେଫେର ମାଲିକ ଚି ରେଟି କହିଛନ୍ତି, ଲୋକମାନେ ଏବେ ଗ୍ୟାଜେଟ୍‌ ପଛରେ ଧାଉଁଛନ୍ତି। ଆମେ ପ୍ରାକୃତିକ ପରିବେଶ ପ୍ରତି ଅନେକ ଅବହେଳା କରୁଥିବାରୁ ତାଙ୍କ କେଫେରେ ଏଭଳି ପଦକ୍ଷେପ ନିଆଯାଇଛି। ଏଣୁ ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଏହି ‘ରେପ୍ଟାଇଲ୍ ଥିମ୍’ ଯୁକ୍ତ କେଫେରୁ ଶୁଭାରମ୍ଭ ୨୦୧୮ରେ କରିଥିଲେ। କେଫେର ମୁଖ୍ୟ ଦ୍ବାର ନିକଟରେ ଏକ ବୃହତ୍ କାଚ ବାକ୍ସ ରହିଛି, ସେଥିରେ ବିଭିନ୍ନ ପ୍ରଜାତିର ସରୀସୃପ ରଖାଯାଇଛି।

ସାପ, ବିଛା, କଙ୍କଡ଼ା, ଛୋଟ କୁମ୍ଭୀର ଇତ୍ୟାଦି। ସାପମାନଙ୍କ ବିଷ ଦାନ୍ତ ଭଙ୍ଗାଯାଇଥିବାବେଳେ ଅନ୍ୟ ପ୍ରାଣୀଙ୍କ ନିମନ୍ତେ ମଧ୍ୟ ସେଭଳି ବନ୍ଦୋବସ୍ତ କରାଯାଇଥିବାର ପ୍ରକାଶ। ଗ୍ରାହକ ଚା ଓ କଫି ପିଉଥିବାବେଳେ ଏମାନଙ୍କ ସହ ଫଟୋ ଉଠାଇ ପାରିବେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories