www.samajalive.in
Sunday, December 14, 2025
19.1 C
Bhubaneswar

ଖୋଲା ଆକାଶରେ ଭୋଜନ!

ଜ୍ଞାନକୌଶଳ ସହ ଆଜିର ପିଢ଼ି ସମ ତାଳ ଦେଇ ଆଗକୁ ବଢ଼ୁଛନ୍ତି। ପ୍ରଥମେ ବେଲିଜିୟମ୍‌‌ରେ, ଏହା ପରେ ଦୁବାଇରେ, ୨୦୧୮ରେ ପ୍ରଥମେ ବେଙ୍ଗାଲୁରୁ ଓ ୨୦୧୯ରେ ଦିଲ୍ଲୀରେ ଖୋଲା ଆକାଶର ରେସ୍ତୋରାଁ ଆରମ୍ଭ ହେଲା। ପ୍ରଥମେ ଲୋକେ ଭୟ କରୁଥିଲେ, ସମୟକ୍ରମେ ଏହି ନୂଆ ଅଭିଜ୍ଞତାରେ ସେମାନେ ଅଭ୍ୟସ୍ତ ହେଲେ। ଆମ ଭାରତରେ ଥିବା ‘ଫ୍ଲାଇଙ୍ଗ ରେସ୍ତୋରାଁ’ କରୋନା ପାଇଁ ବନ୍ଦ ଥିଲା, ଖୁବ୍ ଶୀଘ୍ର ପୁଣି ଥରେ ସେମାନେ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀର ଏଇ ଖୋଲା ଆକାଶ ରେସ୍ତୋରାଁ ଗ୍ରାହକଙ୍କୁ ସନ୍ଧ୍ୟା ୪ଟା ପରଠାରୁ ସେବା ଦେବାକୁ ଆରମ୍ଭ କରେ। ଗୋଟିଏ ବଡ଼ କ୍ରେନ୍ ସହାୟତାରେ ଡାଇନିଂ ଟେବୁଲ୍-ଚଉକିକୁ ଭୂମିରୁ ଆକାଶକୁ ଉଠାଯାଏ। ଥରକରେ ମୋଟ୍ ୨୪ଜଣ ଗ୍ରାହକ ଓ ୬ଜଣ ରେସ୍ତୋରାଁ କର୍ମୀ ଏଥିରେ ଯାତ୍ରା କରନ୍ତି।

ଏକ ଜର୍ମାନୀ କମ୍ପାନୀ ଏଇ ଉଡ଼ନ୍ତା ରେସ୍ତୋରାଁର ଡିଜାଇନ୍ କରିଥିବାବେଳେ ଗ୍ରାହକଙ୍କ ସୁରକ୍ଷାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଥାଏ। ଭୂମିଠାରୁ ୧୬୦ ଫୁଟ୍ ଉଚ୍ଚରେ ରେସ୍ତୋରାଁ ଝୁଲିରହେ ଓ ଗ୍ରାହକମାନେ ଚତୁର୍ଦିଗରେ ଖୋଲା ଆକାଶ ସହ ଦିଲ୍ଲୀ ସହରକୁ ସୁଉଚ୍ଚରୁ ଉପଭୋଗ କରନ୍ତି। ସନ୍ଧ୍ୟା ହେବା ପରେ ଆକାଶମାର୍ଗରେ ଥିବା ଡାଇନିଂ ଟେବୁଲଟି ଆଲୋକିତ ହୁଏ। ଏହା ସହ ଟେବୁଲଟି ୩୬୦ଡିଗ୍ରୀ ଘୂରେ, ଯାହା ଦ୍ବାରା ଗ୍ରାହକ ସହରର ରାତ୍ରିକାଳୀନ ଦୃଶ୍ୟର ମଜା ମଧ୍ୟ ନେଇଥାନ୍ତି। ଆକାଶ ମାର୍ଗ ସହ ଖାଦ୍ୟପାନୀୟକୁ ମଧ୍ୟ ଏଇ ରେସ୍ତୋରାଁ ବେଶ୍ ଗୁରୁତ୍ବ ଦେଇଛି। ସନ୍ଧ୍ୟା ୪ଟାରୁ ଆରମ୍ଭ ହେଉଥିବା ଉଡ଼ନ୍ତା ରେସ୍ତୋରାଁ ରାତି ୧୨ଟା ପର୍ଯ୍ୟନ୍ତ ୩ଟି ଭାଗରେ ଚାଲେ। ଜଣପିଛା ୩୪୦୦ ଟଙ୍କା ପାଉଣା ଦେବାକୁ ପଡ଼ିବା ସହ ଭର୍ଟିଗୋ, ହୃଦ୍‌ରୋଗୀଙ୍କୁ ଏଇ ରେସ୍ତୋରାଁରେ ବସିବାକୁ ମନା ହୋଇଛି। ଛୋଟ ପିଲାଙ୍କ ଯାତ୍ରା ମଧ୍ୟ ଏଥିରେ ସମ୍ଭବପର ନୁହେଁ ବୋଲି ରେସ୍ତୋରାଁ କର୍ମଚାରୀଙ୍କ ମତ। ଏଥର ଦିଲ୍ଲୀ ଗଲେ, ଏଇ ଉଡ଼ନ୍ତା ରେସ୍ତୋରାଁରେ ବସିବାକୁ ଯୋଜନା କରିବାକୁ ଭୁଲନ୍ତୁ ନାହିଁ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories