www.samajalive.in
Sunday, December 14, 2025
19.1 C
Bhubaneswar

ସମୁଦ୍ର ସଫେଇ କରୁଛି ୫କୋଟିର ଯନ୍ତ୍ର

ପ୍ରଚାର-ପ୍ରସାର ଯେତେ ଜୋର୍‌ରେ ହେଉଛି, ସେଇ ଅନୁସାରେ କିନ୍ତୁ ଆମେମାନେ ସଚେତନ ନୁହେଁ। ଗଲା କିଛି ବର୍ଷ ହେଲା, ବିଶେଷଜ୍ଞ ଦଳ ବାରମ୍ବାର କହିଆସୁଛନ୍ତି, କେବଳ ସ୍ଥଳଭାଗ ନୁହେଁ, ବରଂ ନଈ, ସାଗର, ମହାସାଗରରେ ମଧ୍ୟ ପ୍ଲାଷ୍ଟିକ୍‌ ଜମା ହେବାରେ ଲାଗିଛି। ଗଭୀର ସମୁଦ୍ରରେ ହେଉ କିମ୍ବା କୂଳରେ କୁଢ଼କୁଢ଼ ପ୍ଲାଷ୍ଟିକ୍ ଆବର୍ଜନା, ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିବା ସହ ସମୁଦ୍ର ପାଣିକୁ ଏକରକମ ବିଷାକ୍ତ କରୁଛି। ଆମେ ଏ ବାବଦରେ ଆଦୌ ସତର୍କ ନୁହେଁ, ଏବେ ମଧ୍ୟ ଦେଖାଯାଉଛି ୨୧%ରୁ ଅଧିକ ଜନସାଧାରଣ ସମୁଦ୍ରକୂଳ ପାଖକୁ ବୁଲାବୁଲି କରିବାକୁ ଗଲେ ସେଠି ପ୍ଲାଷ୍ଟିକ୍ ଜରି, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗୁଛନ୍ତି। ସମସ୍ୟା ବଢ଼ିବା ପରେ ବିଶ୍ବର ପ୍ରମୁଖ ରାଷ୍ଟ୍ର ସମୂହର କେତୋଟି ଏନଜିଓ ଅଭିଯାନ ଚଳାଇବା ସତ୍ତ୍ବେ କିଛି ଲାଭ ମିଳିନାହିଁ। ସମୁଦ୍ର ସଫେଇ ଅଭିଯାନରେ ନେଦରଲ୍ୟାଣ୍ଡର ଜଣେ ଯୁବକ ବୋୟାନ୍ ସ୍ଲାଟ୍‌ଙ୍କ ଅଭିଯାନ ପ୍ରକୃତରେ ପ୍ରଶଂସନୀୟ। ୨୭ ବର୍ଷୀୟ ବୋୟାନ୍‌ ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେଇ ସମୟରୁ ନଦୀ, ସମୁଦ୍ର ପରିଷ୍କାର କରିବାରେ ଲାଗିଛନ୍ତି।

ପରିବେଶର ଉନ୍ନତିକରଣ ନିମନ୍ତେ ସେ ଏକ ସଂସ୍ଥାର ଶୁଭାରମ୍ଭ କରିବା ସହ ଏହାର ନାମ ‘ଦ ଓସିନ୍ କ୍ଲିନ୍‌-ଅପ୍’ ରଖାଯାଇଛି। କଠିନ ପରିଶ୍ରମ କରି ଏକ ଉନ୍ନତମାନର ଯନ୍ତ୍ର ତିଆରି କରିଛନ୍ତି, ଯନ୍ତ୍ରର ନାମ ‘ଇଣ୍ଟରସିପ୍ଟର’ ରଖାଯିବା ସହ ନଦୀରୁ ସମସ୍ତ ପ୍ରକାର ପ୍ଲାଷ୍ଟିକ୍ ବାହାର କରି ପୁନଃଚକ୍ରଣ ଯନ୍ତ୍ରଟି କରେ। ଗତ କିଛି ବର୍ଷ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ଭିଏତନାମ୍‌‌ ପରି ରାଷ୍ଟ୍ର ଏହି ନଦୀ, ସମୁଦ୍ର ପରିଷ୍କାର ଯନ୍ତ୍ରଟିକୁ ତାଙ୍କ ପାଖରୁ କିଣିବା ସହ ଆମେରିକାର କେତୋଟି ରାଷ୍ଟ୍ର ବରାଦ୍ ଦେଇଛନ୍ତି। ଯନ୍ତ୍ରଟିର ଦାମ୍ ୫କୋଟି ୫୦ ଲକ୍ଷ, ନଦୀ ତଥା ସମୁଦ୍ରରରେ ଅବିରତ ଏହି ଇଣ୍ଟରସିପ୍ଟର ଅନବରତ ୫ ଘଣ୍ଟା କାମ କରୁଥିବାର ଜଣାପଡ଼ିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories