www.samajalive.in
Sunday, December 14, 2025
19.1 C
Bhubaneswar

ଭାଗ୍ୟୋଦୟ କରିବ ବାସ୍ତୁଶାସ୍ତ୍ର

ଘରେ ଆକ୍ବାରିୟମ୍ ଥିଲେ, କେତୋଟି ଦିଗ ପ୍ରତି ସତର୍କ ରୁହନ୍ତୁ। ଏଇ ଯେପରି ଯଦି ଗୋଲ୍ଡ ଫିଶ୍ ରଖିଛନ୍ତି, କୌଣସି କାରଣରୁ ତାହା ମରିଗଲା। ତେବେ ମନ ଖରାପ ନ କରି ବଜାରରୁ ପୁଣି ଗୋଲ୍ଡ ଫିଶ୍ କିଣି ଆଣି ଆକ୍ବାରିୟମ୍‌‌ରେ ରଖନ୍ତୁ। ବାସ୍ତୁବିତ୍‌ଙ୍କ ମତରେ ଗୋଲ୍ଡ ଫିଶ୍ ମରିଲେ, ଘରୁ ଦୁର୍ଭାଗ୍ୟ ଦୂରେଇଯାଏ। କେବେହେଲେ ଆକ୍ବାରିୟମ୍ ଶୟନକକ୍ଷ‌େ‌ର ରଖିବେ ନାହିଁ। ବୈଠକଖାନା, ବାଲକୋନିରେ ଏହାକୁ ରଖିପାରିବେ। ପୂର୍ବ, ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର ଦିଗରେ ଆକ୍ବାରିୟମ୍‌କୁ ରଖିପାରିବେ। ନିଜ ଆକ୍ବାରିୟମ୍‌ରେ ସବୁବେଳେ ୯ଟି ଗୋଲ୍ଡ ଫିଶ୍ ରଖିବାକୁ ଚେଷ୍ଟା କରନ୍ତୁ।
– ନିୟମିତ ଭାବେ ଆକ୍ବାରିୟମ୍ ପରିଷ୍କାର କରାଯିବା ବାସ୍ତୁଶାସ୍ତ୍ରର ଅନ୍ୟତମ ନିୟମ। ପାଣିରୁ ଦୁର୍ଗନ୍ଧ ବାହାରିବା ମଧ୍ୟ ନକାରାତ୍ମକ ଶକ୍ତିର ଉତ୍ସ ବୋଲି ଜାଣିରଖିବା ଉଚିତ।
– କେତେଜଣ ଘରର ପାହାଚ ତଳେ ମଧ୍ୟ ଆକ୍ବାରିୟମ୍ ରଖନ୍ତି। ଏହା କାରଣରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହେବା ସହ ନିୟମିତ କଳି ଝଗଡ଼ା ମଧ୍ୟ ହୁଏ।
– ମାଣ୍ଡାରିନ୍ ବତକ ପ୍ରତିମୂର୍ତ୍ତି କିମ୍ବା ଫଟୋକୁ ମଧ୍ୟ ଶୟନ କକ୍ଷରେ ଟଙ୍ଗାଇପାରିବେ। ଚୀନ୍, ଜାପାନରେ ଏହି ପରମ୍ପରା ବେଶ୍ ପ୍ରଚଳିତ। ବାସ୍ତୁଶାସ୍ତ୍ର ଅନୁସାରେ, ଦମ୍ପତିଙ୍କ ମଧ୍ୟରେ କଳିଝଗଡ଼ା ହେଉଥିଲେ, ଏଇ ମାଣ୍ଡାରିନ୍ ବତକ ପ୍ରତିମୂର୍ତ୍ତି କିମ୍ବା ଫଟୋକୁ ରଖିପାରିବେ। ଶୟନ କକ୍ଷର ଦକ୍ଷିଣ-ପଶ୍ଚିମ ଦିଗରେ ଏହାକୁ ରଖିଲେ ଶୁଭଫଳ ମିଳେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories