www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ, ଅଦରକାରୀ ଭାବି ଫିଙ୍ଗି ଦେଉଥିବା ଟି ବ୍ୟାଗ କେତେ ଉପଯୋଗୀ

ଥରେ ବ୍ୟବହାର କରି ସାରିବା ପରେ ଆମେ ଟି ବ୍ୟାଗକୁ ଅଦରକାରୀ ଭାବି ଫୋପାଡି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ସେହି ଟି ବ୍ୟାଗ ଆମର ଅନେକ କାର୍ଯ୍ୟରେ ଦରକାରୀ ହୋଇଥାଏ। ଆସନ୍ତୁ ଜାଣିବା ଅଦରକାରୀ ହୋଇଥିବା ଟି ବ୍ୟାଗକୁ କିପରି ପୁନଃ ବ୍ୟବହାର କରି ପାରିବା ..

ଫ୍ରିଜ୍‌ ପାଇଁ :

- Advertisement -

ବେଳେବେଳେ ଅନେକ କାରଣରୁ ଫ୍ରିଜରୁ ଦୁର୍ଗନ୍ଧ ବାହାରି ଥାଏ। ଏପରି କ୍ଷେତ୍ରରେ ଟି ବ୍ୟାଗକୁ ଫ୍ରିଜର କୌଣସି କୋଣରେ ରଖି ଦିଅନ୍ତୁ। ଏହାଦ୍ବାରା ଫ୍ରିଜରୁ ଦୁର୍ଗନ୍ଧ ଚାଲି ଯାଇଥାଏ।

ବାସନ ସଫା କରିବା :

ଅପରିଷ୍କାର ବାସନକୁ ସଫା କରିବା ପାଇଁ ସାଧାରଣତଃ ଅଧିକ କଷ୍ଟ କରିବାକୁ ପଡିଥାଏ। ଏପରି କ୍ଷେତ୍ରରେ ଟି ବ୍ୟାଗର ବ୍ୟବହାର କରି ବାସନକୁ ସଫା କରି ପାରିବା। ସେଥିପାଇଁ ଗରମ ପାଣିରେ ପ୍ରଥମେ ବାସନକୁ ପକାଇ ରଖନ୍ତୁ। ତାପରେ ସେଥିରେ ଟି ବ୍ୟାଗ ପକାଇ ରାତି ସାରା ଛାଡି ଦିଅନ୍ତୁ। ସକାଳୁ ଉଠି ସେହି ବାସନଗୁଡିକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ବାରା ବାସନରୁ ଶୀଘ୍ର ଦାଗ ଛାଡିଯିବ।

ଏୟାର ଫ୍ରେସନର :

ଟି ବ୍ୟାଗକୁ ଏୟାର ଫ୍ରେସନର ଭାବେ ବ୍ୟବହାର କରିହେବ। ଟି ବ୍ୟାଗକୁ ଖରାରେ ଶୁଖାଇ ଦିଅନ୍ତୁ। ତାପରେ ସେଥିରେ ଯେକୌଣସି ସୁଗନ୍ଧିତ ତେଲ ପକାନ୍ତୁ। ତାହାକୁ ନିଜ ଘର ଓ ବାଥ୍‌ରୁମରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ ସୁଗନ୍ଧ ହୋଇଥାଏ।

ମୁହଁରେ ଛାଲ :

ମୁହଁରେ ଛାଲ ହୋଇଥିଲେ ଟି ବ୍ୟାଗ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ସେଥିପାଇଁ ପ୍ରଥମେ ଟି ବ୍ୟାଗକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ତାହା ଥଣ୍ଡା ହେବା ପ​‌ରେ ମୁହଁରେ ଛାଲ ହୋଇଥିବା ସ୍ଥାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଶୀଘ୍ର ମୁହଁର ଛାଲରୁ ରକ୍ଷା ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories