www.samajalive.in
Saturday, December 6, 2025
23.1 C
Bhubaneswar

ଚାହିଦାରେ ଫୁଲର ଚା’

ଗତ କିଛି ବର୍ଷ ମଧ୍ୟରେ ବଜାରରେ ବିଭିନ୍ନ ସ୍ବାଦର ଚା’ ମିଳୁଛି। ଏସବୁ ମଧ୍ୟ ଲୋକଙ୍କ ମଧ୍ୟରେ ଆଦର ପାଉଥିବାର ଦେଖାଯାଉଛି। ଗ୍ରୀନ୍ ଟିର ମୋହରେ ଏବେ ସମସ୍ତେ ବାନ୍ଧିହୋଇଗଲେଣି। କାରଣ ଏହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବାବେଳେ ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ବୋଲି ଲୋକଙ୍କ ଧାରଣା ବଳବତ୍ତର ହେବାରେ ଲାଗିଛି। ଅନ୍ୟପାଖେ ଏବେ ବିଦେଶୀ ବଜାରରେ ‘ଫ୍ଲୋରାଲ୍ ଚା’ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଲଣ୍ଡନର ଏକ ନାମୀ କମ୍ପାନୀ ବିଭିନ୍ନ ପ୍ରକାରର ଫୁଲକୁ ବ୍ୟବହାର କରି ଏଇ ‘ଚା’ ପ୍ରସ୍ତୁତ କରିଛି। କିଲୋ ପିଛା ଏଇ ଚା’ର ମୂଲ୍ୟ ୧୧୦୦ ଟଙ୍କା ହୋଇଥିବାବେଳେ ଅନ୍-ଲାଇନ୍ ସାଇଟ୍‌ରେ ଭାରତୀୟ ଗ୍ରାହକ ମଧ୍ୟ ଏଇ ଚା’ର ସ୍ବାଦ ଜାଣିସାରିଲେଣି।
ଲଣ୍ଡନର ବିଶେଷଜ୍ଞ ଦଳ ଏଇ ଚା’କୁ ପରୀକ୍ଷା କରିବା ପରେ ବଜାରରେ ଉପଲବ୍ଧ ହୋଇଛି। ଏହା ମନକୁ ଶାନ୍ତ କରିବା ସହ ଫୂର୍ତ୍ତି ଆଣିଥାଏ ବୋଲି ବିଶେଷଜ୍ଞ ମାର୍ଟିନ୍ ସିମୋନ୍ ପ୍ରକାଶ କରିଛନ୍ତି।
ଫୁଲକୁ ଶୁଖାଯିବା ପରେ ଏକ ଟି-ବ୍ୟାଗ୍‌ରେ ଭର୍ତ୍ତି କରାଯାଏ। ସେହି ଟି-ବ୍ୟାଗ୍‌କୁ ଗରମ ପାଣି ଥିବା ଚା’ କପ୍‌ରେ ରଖିବାର କିଛି ସେକେଣ୍ଡରେ ଚତୁର୍ଦିଗ ମହମହ ବାସି ଉଠେ।
ଗ୍ରାହକଙ୍କ ମତରେ ଏଇ ଚା’ର ସ୍ବାଦ ଦିନମାନର କ୍ଳାନ୍ତିକୁ ମେଣ୍ଟାଇବାରେ ଖୁବ୍ ସହାୟକ ହୋଇଥାଏ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories