www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ, ମେଦବହୁଳତାର କାରଣ

ଫାଷ୍ଟଫୁଡ୍, ମୃଦୁପାନୀୟ ଏସବୁର ଲୋଭରେ କେବଳ ଯୁବପିଢ଼ି ନୁହେଁ, ବରଂ ବୟସ୍କ ଲୋକେ ମଧ୍ୟ ବାନ୍ଧି ହୋଇଗଲେଣି। ପ୍ରତ୍ୟେକ ପ୍ରାନ୍ତର ଲୋକ ନିଜ ପାରମ୍ପରିକ ଖାଦ୍ୟକୁ ଭୁଲି ଫାଷ୍ଟଫୁଡ୍‌ ମାୟାରେ ବାୟା ହେଉଛନ୍ତି। ଏକଥା କହିଛନ୍ତି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ। ଜୁଲାଇ ମାସରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ପ୍ରତି ୮ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳ ରୋଗରେ ଆକ୍ରାନ୍ତ।
ପ୍ୟାକେଟ୍ ଖାଦ୍ୟ ଶରୀର ପାଇଁ ଖୁବ୍ ହାନିକାରକ ଜାଣିବା ସତ୍ତ୍ବେ ଆମ ମଧ୍ୟରୁ ପ୍ରାୟ ୪୩% ଲୋକେ ଏସବୁ ଖାଇବାକୁ ପସନ୍ଦ କରିଥାନ୍ତି। କର୍ମଜୀବୀ ଲୋକେ ଏଇ ଖାଦ୍ୟ ଖାଇବାରେ ଅଭ୍ୟସ୍ତ ହୋଇଗଲେଣି। କାରଣ ତରବରରେ ମାତ୍ର କିଛି ମିନିଟ୍‌ରେ ପ୍ୟାକେଜିଂ ଫୁଡ୍ ପ୍ରସ୍ତୁତ କରିବାରେ ଖୁବ୍ ସହାୟକ ହୋଇଥାଏ।
ଆମ ଦେଶର ଚୂଡ଼ା, ମୁଢ଼ି, ସୁଜି, ରୁଟି, ପରଟାକୁ ଭୁଲି ସକାଳ ଜଳଖିଆରେ ମ୍ୟାକ୍ରୋନି, ପାସ୍ତା, ବ୍ରେଡ୍-ଜାମ୍-ବଟର୍ ଖାଉଛେ। ସେସବୁଥିରେ ମାତ୍ରାଧିକ ଫ୍ୟାଟ୍ ରହୁଥିବାରୁ ତାହା ଦିନ କେଇଟାରେ ମେଦ ବଢ଼ାଏ।
ଇଟାଲୀର ଲୋକପ୍ରିୟ ତଥା ପାରମ୍ପରିକ ଖାଦ୍ୟ ପିଜ୍ଜା ଖାଇ ସେଠା ଲୋକେ ମେଦବହୁୁଳ ହେଉନଥିବାବେଳେ ଆମେରିକା, ଭାରତ, କାନାଡାର ଲୋକେ ଏହା ଖାଇ ନିଜ ଓଜନ ବୃଦ୍ଧି କରାଉଛନ୍ତି। ଗବେଷକଦଳ ଏ ସଂକ୍ରାନ୍ତରେ ଅନୁସନ୍ଧାନ କରି ଜାଣିପାରିଲେ ଯେ ସେଠାର ପିଜ୍ଜା ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ।
ନିଜ ଖାଦ୍ୟ ଓ ପାନୀୟ ବାବଦରେ ଏବେଠାରୁ ସଚେତନ ନ ହେଲେ ଆଗାମୀ ଦିନରେ ମେଦବହୁଳତା ଏକ ଭୟଙ୍କର ରୂପ ନେବ ବୋଲି ଅନୁମାନ କରାଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories