www.samajalive.in
Monday, December 15, 2025
15.1 C
Bhubaneswar

ଯକ୍ଷ୍ମା ରୋଗୀଙ୍କୁ ଘରେ ମିଳିବ ଔଷଧ

ସମାଜ ପୋର୍ଟାଲ ଡେସ୍କ: କୋଭିଡ-୧୯ ସଂକ୍ରମଣ ସମୟରେ ଯକ୍ଷ୍ମା ରୋଗରେ ପୀଡିତ ଲୋକମାନଙ୍କର ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନହୁଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଟିଭି ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ଚାଲିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ କହିଛି ଯଦି କୌଣସି ଯକ୍ଷ୍ମାରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରୁ ନାହାନ୍ତି ତେବେ ସେହିଭଳି ରୋଗୀମାନଙ୍କୁ ସେମାନଙ୍କ ଘରେ ଯାଇ ଔଷଧପତ୍ର ଯୋଗାଇଦେବାର ବ୍ୟବସ୍ଥା କରାଯିବା ଆବଶ୍ୟକ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁ ରୋଗୀମାନଙ୍କର ପରିଚୟପତ୍ର ନଥିବ ସେମାନଙ୍କୁ ମଧ୍ୟ ଯେପରି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରୁ ଔଷଧପତ୍ର ମିଳିପାରିବ ତାହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ନିଶ୍ଚିତ କରିବାକୁ ହେବ। ମନ୍ତ୍ରଣାଳୟ କହିଛି ଟିଭି ପରୀକ୍ଷା ଓ ଚିକିତ୍ସା ସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଟିଭିରେ ଆକ୍ରାନ୍ତ ଲୋକମାନଙ୍କୁ କୋଭିଡ-୧୯ ଭୂତାଣୁରୁ ନିଜକୁ ସୁରକ୍ଷା ରଖିବା ପାଇଁ ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି କୋଭିଡ-୧୯ ସଂକ୍ରମଣ ସମୟରେ ଉଭୟ ରୋଗୀମାନଙ୍କର ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories