ସମାଜ ପୋର୍ଟାଲ ଡେସ୍କ: ଆଜି ବିଶ୍ୱ ମ୍ୟାଲେରିଆ ଦିବସ। ପ୍ରତିବର୍ଷ ଏପ୍ରିଲ ମାସ ୨୫ ତାରିଖ ଦିନଟିକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଇଥାଏ। ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ତଜାର୍ତିକ ସ୍ତରରେ ଉଦ୍ୟମକୁ ତ୍ୱରାନ୍ୱିତ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କିଛି ସରଳ ଉପାୟ ମାଧ୍ୟମରେ ମ୍ୟାଲେରିଆକୁ ହରାଇବା ପାଇଁ ସଂକଳ୍ପବଦ୍ଧ ହେବାକୁ ସମସ୍ତଙ୍କୁ କହିଛି। ନିଜକୁ ମ୍ୟାଲେରିଆରୁ ମୁକ୍ତ ରଖି ‘ମ୍ୟାଲେରିଆର ମୂଳୋତ୍ପାଟନ’ ଅଭିଯାନକୁ ଆଗେଇ ନେବାପାଇଁ ମନ୍ତ୍ରାଳୟ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି। ମାଈ ଏନୋଫିଲିସ ମଶା ଦ୍ୱାରା ଜଣେ ମ୍ୟାଲେରିଆ ରୋଗୀଠାରୁ ଆଉ ଜଣେ ସୁସ୍ଥ ଲୋକ ଶରୀରରେ ମ୍ୟାଲେରିଆ ରୋଗ ପ୍ରବେଶ କରିଥାଏ।
ମଶା ଘଉଡାଇବା ଔଷଧ ବ୍ୟବହାର କରିବା, ଶରୀରକୁ ସମ୍ପୂର୍ଣ୍ଣ ଆବୃତ୍ତ କରି ରଖୁଥିବା ବସ୍ତ୍ର ପରିଧାନ କରିବା, ଘର ଭିତର ସଫାସୁତୁରା ରଖିବା ଓ ଘର ଚର୍ତୁଃପାର୍ଶ୍ବରେ ମଶା ଅଣ୍ଡା ନଦେବା ପାଇଁ ଅଳିଆ ଆବର୍ଜନାରୁ ମୁକ୍ତ ରଖିବାକୁ ମନ୍ତ୍ରାଳୟ ଲୋକମାନଙ୍କୁ ପରାମର୍ଶ ଦେଇଛି।



