www.samajalive.in
Sunday, December 14, 2025
23.1 C
Bhubaneswar

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଗ୍ରାମ୍ ୱାଟସନଙ୍କ ପରଲୋକ

ସିଡ଼ନୀ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଗ୍ରାମ୍ ୱାଟସନଙ୍କର ଶନିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ୱାଟସନ୍ ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡ଼ୀତ ଥିଲେ। ସେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୧୯୬୭ ରୁ ୧୯୭୨ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୧୯୭୨ ମସିହାରେ ଦୁଇଟି ଦିନିକିଆରେ ମଧ୍ୟ ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ।
ଭିକ୍ଟୋରିଆ ପାଇଁ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିବା ଗ୍ରାମ୍ ୱାଟସନ ପ୍ରଥମ କରି ୧୯୬୬–୬୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିଥିଲେ। କେପଟାଉନରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ସେ ଡେବ୍ୟୁ କରିଥିଲେ। ପ୍ରଥମ ଇନିଂସରେ ୫୦ ରନ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚରେ ସେ ଆହତ ହୋଇ ପଡିଥିଲା।
ଜୋହାନ୍ସବର୍ଗରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟକୁ ଫେରି ସେ ସେଠାରେ ନିଜ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ୧୦୭ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିଥିବା ଗ୍ରାମ୍ ୱାଟସନଙ୍କୁ ଶ୍ରଦ୍ଧାଞ୍ଜଳି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories