www.samajalive.in
Monday, December 15, 2025
14.1 C
Bhubaneswar

ଟାଟା ପାୱାର ତରଫରୁ ବ୍ଲକ ସ୍ତରୀୟ ଉପଭୋକ୍ତା କର୍ମଶାଳା

ପାଟଣା : କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ସଭା ଗୃହରେ ଗୁରୁବାର ଟାଟା ପାୱାର ତରଫରୁ ଏକ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାହାରପଡା ବିଡ଼ିଓ ବିଜୟ କୁମାର ନାୟକଙ୍କ ଉପସ୍ଥିତିରେ ଟାଟା ପାୱାର କାର୍ଯ୍ୟନିର୍ଵାହି ଯନ୍ତ୍ରୀ ଆଶୁତୋଷ ସାହୁ, ବାଣିଜ୍ୟିକ ମୁଖ୍ୟ  ନବୀନ ଶର୍ମା, ଶଶୀଭୂଷଣ ଭଟ୍ଟାଚାର୍ଯ୍ୟ, ସହକାରୀ ମୁଖ୍ୟ ପ୍ରବନ୍ଧକ ହନୀ ମଙ୍ଗଲ, ସୁପ୍ରିୟା ଷଡ଼ଙ୍ଗୀ ସାହାରପଡା ଏଇ ଏନ. କେ ଶର୍ମାଙ୍କ ଉପସ୍ଥିତିରେ କର୍ମଶାଳାରେ ବିଦ୍ୟୁତ ବିଲ ସଂଶୋଧନ, ପୈଠ, ନୂତନ ସଂଯୋଗର ନିୟମ, କାର୍ଯ୍ୟରତ କର୍ମଚାରୀ ମାନେ କିପରି ସୁରକ୍ଷାର ସହିତ କାର୍ଯ୍ୟ ସମ୍ପାଦନ କରିବେ, ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଲୋ- ଭୋଲଟେଜ ସମସ୍ୟା ଦୂର କରିବା ଏବଂ ବିଦ୍ୟୁତ ଉପଭୋକ୍ତା ମାନେ କିପରି ଅନ୍ ଲାଇନ ମାଧ୍ୟମରେ ବିଦ୍ୟୁତ ବିଲ ପଇଠ ଅତି ସହଜରେ କରିପାରିବେ ତତ୍ ସହିତ ବିଦ୍ୟୁତ କର୍ମଚାରୀ ମାନେ କିପରି ବିଦ୍ୟୁତ ଉପଭୋକ୍ତା ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ସଚେତନତାର ସହିତ କିପରି ସେବା ଯୋଗାଇ ପାରିବେ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ବ୍ଲକର ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହି ବିଦ୍ୟୁତ ବିଲ ତ୍ରୁଟି, ସ୍ମାର୍ଟ ମିଟର ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାହାରପଡା ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories