www.samajalive.in
Sunday, December 14, 2025
19.1 C
Bhubaneswar

ବାହାନଗା ମୃତକ ଓ ଚିକିତ୍ସିତଙ୍କ ପାଇଁ ଭରସା ପରିବାର ପକ୍ଷରୁ ମହମବତୀ ଶୋଭାଯାତ୍ରା 

ପାଟଣା : ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା ନିମନ୍ତେ ମହମବତୀ ଶୋଭାଯାତ୍ରା ସହିତ ନୀରବ ପ୍ରାର୍ଥନା ଓ ଦୁର୍ଘଟଣାର ଶିକାର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ପାଇଁ  ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ପକ୍ଷରୁ ମହମବତୀ ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି।
ସଭାପତି ଲମ୍ବୋଦର ମହାନ୍ତଙ୍କ ଆହ୍ବାନକ୍ରମେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ସଭାନେତ୍ରୀ ସୋନାଲି ମାରାଣ୍ଡିଙ୍କ ସଂଯୋଜନରେ ଭରସା ପରିବାରର ୫୦ରୁ ଅଧିକ ସଦସ୍ୟ-ସଦସ୍ୟା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ମହମବତୀ ଶୋଭାଯାତ୍ରା ଆରମ୍ଭ କରି କେନ୍ଦୁଝର ମାଇନିଙ୍ଗସ୍ଥିତ ରାମମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ମୃତକଙ୍କ ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ମନ୍ଦିରରେ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଆଶୁଆରୋଗ୍ୟ କାମନା କରି ସମସ୍ତେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ସଭାପତି ଲମ୍ବୋଦର ମହାନ୍ତ, ଲୋକସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ଉପଦେଷ୍ଟା ସୁଧଳ କୁମାର ସେଠୀ, ପାଟଣା ବ୍ଲକ ସଭାପତି ଭରତଚନ୍ଦ୍ର ମହାନ୍ତ, ସମ୍ପାଦକ ବାପୁନ୍ କୁମାର ମହାନ୍ତ, କେଦାର ମହାନ୍ତ,  ମମତାମୟୀ ପାତ୍ର, ଦମୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories