www.samajalive.in
Sunday, December 14, 2025
19.1 C
Bhubaneswar

ଦେଶରେ ପ୍ରଥମ: ପାର୍ଲାମେଣ୍ଟରେ ସ୍ତନ୍ୟପାନ କରାଇଲେ ଇଟାଲୀ ସାଂସଦ

​ରୋମ : ଇଟାଲୀର ନାରୀ ସ୍ବାଧୀନତା ମାନବାଧିକାର କ୍ଷେତ୍ରରେ ଏକ ମହତ୍ତ୍ବପୂର୍ଣ୍ଣ ଫର୍ଦ ​‌େ​‌ଯାଡ଼ି ହୋଇଛି। ପ୍ରଥମ ଥର ପାଇଁ ଜଣେ ମହିଳା ସାଂସଦ ସଂସଦ ଭବନରେ ନିଜ ସନ୍ତାନକୁ ସ୍ତନ୍ୟପାନ କରାଇଛନ୍ତି। ଏହାକୁ ସବୁ ରାଜନୈତିକ ଦଳର ସଦସ୍ୟମାନେ ସ୍ବାଗତ ମଧ୍ୟ କରିଛନ୍ତି। ଦେଶର ବାମପନ୍ଥୀ ବିଚାରଧାରାର ନେତ୍ରୀ ତଥା ୫-ଷ୍ଟାର ଆନ୍ଦୋଳନର ଅଗ୍ରଦୂତ ଗିଲ୍‌ଡା ସ୍ପୋର୍ଟିଏଲୋ ବୁଧବାର ପ୍ରଥମ ରାଜନୀତିଜ୍ଞ ଭାବେ ଏହି ଇତିହାସ ସୃଷ୍ଟି କରିଛନ୍ତି। ନିମ୍ନ ସଦନରେ ସଦସ୍ୟା ଥିବା ଗିଲ୍‌ଡା ନିଜର ନବଜାତ ସନ୍ତାନ ସହ ପାର୍ଲାମେଣ୍ଟକୁ ଆସିଥିଲେ। ସଂସଦୀୟ କାର୍ଯ୍ୟରେ ଅଂଶଗ୍ରହଣ ପରେ ସେ ନିଜ ଆସନରେ ବସି ଶିଶୁ ପୁତ୍ରକୁ ସ୍ତନ୍ୟପାନ କରାଇଥିଲେ। ଏହାକୁ ସମସ୍ତ ସଦସ୍ୟ ଛିଡ଼ା ହୋଇ କରତାଳି ସହ ସ୍ବାଗତ କରିଥିଲେ। ଏମିତିକି ଗିଲ୍‌ଡା ଓ ତାଙ୍କ ଶିଶୁ ପୁତ୍ରର ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ। ପ୍ରାୟତଃ ପୁରୁଷ ପ୍ରାଧାନ୍ୟ ଦେଶ ଇଟାଲୀରେ ଜଣେ ସାଂସଦଙ୍କ ଏଭଳି କାର୍ଯ୍ୟକୁ ନିମ୍ନ ସଦନ ବାଚସ୍ପତି ହେୟଜ୍ଞାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମହିଳା ସାଂସଦମାନଙ୍କୁ ପାର୍ଲାମେଣ୍ଟରେ ନିଜ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଓ ଯତ୍ନ ନେବାର ଅଧିକାର ଦେବା ପାଇଁ ଆଇନ ଆଣିବାକୁ ଗିଲ୍‌ଡା ଦାବି କରିଆସୁଥିଲେ। କେବଳ ସେତିକି ନୁହେଁ; କାର୍ଯ୍ୟକ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଏହି ଅଧିକାର ଦେବା ପାଇଁ ସେ ସ୍ବର ଉତ୍ତୋଳନ କରୁଥିଲେ। ଏହାକୁ ପ୍ରାୟତଃ ସମସ୍ତ ଦଳର ସାଂସଦ ସମର୍ଥନ କରୁଥିଲେ। ଗତ ବର୍ଷ ଦେଶର ପାର୍ଲାମେଣ୍ଟାରୀ ରୁଲ୍‌ସ ପାନେଲ ତାଙ୍କର ଏହି ଦାବିକୁ ଗ୍ରହଣ କରିବା ସହ ଶିଶୁକୁ ଏକ ବର୍ଷ ହେବା ଯାଏ ସଦସ୍ୟାମାନେ ପାର୍ଲାମେଣ୍ଟରେ ସ୍ତନ୍ୟପାନ କରାଇପାରିବେ ବୋଲି ସୁପାରିସ କରିଥିଲେ। ସୂଚନାଯୋଗ୍ୟ ଯେ ଜର୍ଜିଆ ମେଲୋନୀ ଗତ ଅକ୍ଟୋବରରେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ ମଧ୍ୟ ଦୁଇ-ତୃତୀୟାଂଶ ସାଂସଦ ପୁରୁଷ। ତେର ବର୍ଷ ପୂର୍ବେ ବର୍ତ୍ତମାନର ସିନେଟର ଲିସିଆ ରୋଞ୍ଜୁଲି ଷ୍ଟ୍ରାସବର୍ଗସ୍ଥିତ ୟୁରୋପିଆନ୍‌ ପାର୍ଲାମେଣ୍ଟରେ ନିଜର ଶିଶୁ କନ୍ୟାକୁ ପ୍ରଥମେ ସ୍ତନ୍ୟପାନ କରାଇଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories