www.samajalive.in
Sunday, December 14, 2025
14.1 C
Bhubaneswar

ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ରେ ନିଆଁ

ନୂଆପଡ଼ା : ବାଲେଶ୍ବର ବାହାନଗା ଏବଂ ଯାଜପୁର ରୋଡ଼ଠାରେ ଘଟିଥିବା ‘ଟ୍ରେନ ଦୁର୍ଘଟଣା’ ମନରୁ ନ ଲିଭୁଣୁ ଗୁରୁବାର ରାତି ପ୍ରାୟ ୧୦ଟାବେ​‌ଳେ ନୂଆପଡ଼ା ଜିଲା ଖରିଆର ରୋଡ ଷ୍ଟେସନଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ର ଏସି ବଗିରେ ନିଆଁ ଲାଗିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତେବେ ଦମକଳବାହିନୀର ନିଆଁକୁ ଆୟତ୍ତ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।
ସୂଚନା ଅନୁସାରେ, ଦୁର୍ଗ-ପୁରୀ ଇଣ୍ଟରସିଟି (୧୮୪୨୬) ଟ୍ରେନ ଖରିଆରରୋଡ ରେଲୱେ ଷ୍ଟେସନରେ ଆଜି ରାତି ପ୍ରାୟ ୧୦ଟା ୦୫ରେ ପହଞ୍ଚିଥିଲା। ତେବେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନା ନିକଟରେ ଟ୍ରେନର ଏସି ବଗି ତଳେ ନିଆଁ ଲାଗିଥିବା ଯାତ୍ରୀ ଜାଣିବାକୁ ପାଇଥିଲେ। ଏହାକୁ ନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ସେଠି ସୁରକ୍ଷା ବ୍ୟବସ୍ଥା ନଥିବା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ଟ୍ରେନକୁ ଖରିଆରରୋଡ ଷ୍ଟେସନକୁ ଆଣିଥିଲେ। ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରବଳ ଧୂଆଁ ହେବାରୁ ଅସୁରକ୍ଷିତ ମନେ କରି ସବୁ ଯାତ୍ରୀ ଧାଁ ଧପଡ଼ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡିଥିଲେ । ଷ୍ଟେସନ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ପଡ଼ିଥିଲା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇଟି ଗାଡ଼ିରେ ଟ୍ରେନ୍‌ର ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି। ଖରିଆର ରୋଡଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ସନ୍ଧ୍ୟା ୬ଟା ୫୩ରେ ପହଞ୍ଚି ୨ମିନିଟ ରହି ଷ୍ଟେସନ ଛାଡିଥାଏ। ତେବେ ଆଜି ଟ୍ରେନ୍‌ ବିଳମ୍ବରେ ୧୦ଟା ୦୫ରେ ପହଞ୍ଚିଥିବାବେଳେ ଦୀର୍ଘ ୫୯ ମିନିଟ୍‌ ପରେ ଅର୍ଥାତ୍‌ ୧୧ଟା ୦୪ରେ ଷ୍ଟେସନ ଛାଡ଼ିଥିଲା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories