ପାଟଣା : ବେୟର ସଂସ୍ଥା ବେଟର ଲାଇଫ ଫାର୍ମିଙ୍ଗ ପକ୍ଷରୁ ପାଟଣା ବ୍ଲକ ରେଙ୍ଗାଳବେଡା ଗ୍ରାମରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫୦ ଜଣ ଅଗ୍ରଣୀ କୃଷକ ଅଂଶ ଗ୍ରହଣ କରିଥିଲେ। ବେଟର ଲାଇଫ ଫାର୍ମିଙ୍ଗ ପକ୍ଷରୁ କୃଷକ ମାନେ କିପରି ଚାଷ ମାଧ୍ୟମରେ ଅନ୍ୟାନ୍ୟ କୃଷି ସେବା ମଧ୍ୟ ପାଇ ପାରିବେ ଏହି ପ୍ରସଙ୍ଗରେ ଚାଷୀ ମାନଙ୍କୁ ନେଇ ଆଲୋଚନା ହୋଇଥିଲା। ଧାନ ଚାଷରେ ଚକଡା ପୋକ, ପତ୍ରପୋଡ଼ା ରୋଗର ପ୍ରତିକାର ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା। ଏରାଇଜ ବୋଲଡ଼ କିସମ ବିହନ ଯାହାର ଅବଧି ୧୨୦ ରୁ ୧୨୫ ଦିନର ଓ ଯାହାର ଦାନା ମୋଟା ଏବଂ ଓଜନଦାର ଏବଂ ମରୁଡି ସହନଶୀଳତା ଉପରେ ସୂଚନା ଦିଆଯାଇଥିଲା । ଏହା ଛଡା ରୋଗପୋକ, ସାର, ସାର ପରିଚାଳନା କରି ଅଧିକ ଅମଳ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବେୟର କମ୍ପାନୀର ଫାର୍ମର ରାଇଜ ଆପ୍ଲିକେସନ ବ୍ୟବହାର କରି ଏରାଇଜ ଧାନ ପ୍ୟାକେଟରେ ଥିବା କ୍ୟୁଆର କୋଡ଼ ସ୍କାନ କରି ଉତ୍ପାଦ ଗୁଡିକ ଯାଞ୍ଚ କରିବା ଏବଂ କୃଷି ପରାମର୍ଶ ଏବଂ ପାଣିପାଗର ଖବର ସବୁ ଜାଣିବା ଉପରେ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ବିଏଲଏଫର କୃଷି ଉଦ୍ୟୋଗୀ ଦେବ ପ୍ରସାଦ ମହାନ୍ତ, ରାଜ୍ୟ ସଞ୍ଚାଳନ ପରିଚାଳକ ସ୍ୱରାଜ କୁମାର ପାଢୀ, ପ୍ରକଳ୍ପ ଅଧିକାରୀ ଦିବାକର ମହାନ୍ତ, ବିଭୁପ୍ରସାଦ ଦାସ, ହୃଦାନନ୍ଦ ମହାନ୍ତ, ଯୋଗ ଦେଇଥିଲେ। ସମସ୍ତ ଚାଷୀଭାଇ ମାନଙ୍କୁ ବେୟର ତରଫରୁ କୃଷି ସମନ୍ଧୀୟ ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ଦିଆଯାଇଥିଲା।
Comments are closed.