www.samajalive.in
Sunday, December 14, 2025
17.1 C
Bhubaneswar

୨୦୨୫ ସୁଦ୍ଧା ଟାଟା ମୋଟର୍ସ ଆଣିବ ୧୦ଟି ନୂଆ ବିଦ୍ୟୁତ୍‌ ଚାଳିିତ ଗାଡ଼ି

ନୂଆଦିଲ୍ଲୀ: ଆଗାମୀ ୨୦୨୫ ସୁଦ୍ଧା ଟାଟା ମୋଟର୍ସ ୧୦ଟି ନୂଆ ବିଦ୍ୟୁତ ଚାଳିତ ଗାଡି (ଇଭି) ବଜାରକୁ ଆଣିବ। ଏଥିସହିତ ଇଭିଗୁଡିକ ଚାର୍ଜ କରିବାକୁ ସମଗ୍ର ଦେଶରେ ଏହା ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସକ୍ରିୟ ଭାବରେ ପୁଞ୍ଜିନିବେଶ କରିବ ବୋଲି ଟାଟା ମୋଟର୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍‍ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଦ୍ୟୁଚ ଚାଳିତ ଗାଡିକୁ ନେଇ ଟାଟା ମୋଟର୍ସ ବୃହତ ଯୋଜନା ରଖିଛି। ବିଶ୍ୱର ଏହି ବୃହତ ଯାନବାହନ ଉତ୍ପାଦନକାରୀ କମ୍ପାନୀ ୧୦ଟି ନୂଆ ବ୍ୟାଟେରୀ ଚାଳିତ ଗାଡି ବଜାର ପ୍ରବେଶ କରାଇବାକୁ ଯାଉଛି ବୋଲି କମ୍ପାନୀର ୭୬ତମ ବାର୍ଷିକ ରିପୋର୍ଟରେ ଅଂଶୀଦାରମାନଙ୍କୁ ସୂଚନା ଦେଇଛନ୍ତି ଚନ୍ଦ୍ରଶେଖରନ୍‍।

ସେ ସୂଚନା ଦେଇ କହିଛନ୍ତି ଯେ, ଭାରତ ଏବଂ ୟୁରୋପରେ ସେଲ୍‍ ଏବଂ ବ୍ୟାଟେରୀ ଉତ୍ପାଦନ ନିମନ୍ତେ ଟାଟା ମୋଟର୍ସ ସହଭାଗିତା କରିବା ସୁଯୋଗ ଅନୁଧ୍ୟାନ କରୁଛି। ଚଳିତ ବର୍ଷ ବଜାରରେ କମ୍ପାନୀର ବିଦ୍ୟୁଚ ଚାଳିତ ଗାଡିର ପ୍ରବେଶ ୨%କୁ ବୃଦ୍ଧିପାଇଛି। କମ୍ପାନୀ ୪୦୦୦ ଟାଟା ନେକ୍ସନ ଇଲେକ୍‍ଟ୍ରିକ ଗାଡି ୨୦୨୦-୨୧ ଆର୍ଥିକ ବର୍ଷରେ ବିକ୍ରି କରିଛି। ଆଗାମୀ ବର୍ଷଗୁଡିକରେ ଦେଶରେ ବିଦ୍ୟୁତ ଚାଳିତ ଯାନବାହନ ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇବା ଆଶା କରାଯାଉଛି। ବିଶ୍ୱର ୧୫୦ ରାଷ୍ଟ୍ରରେ ଟାଟା ମୋଟର୍ସର ଉପସ୍ଥିତି ରହିଛି ଏବଂ ଏହା ପ୍ରାୟ ୭୫୦,୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ଏହାର ଗ୍ରାହକ ସଂଖ୍ୟା ୬୫୦ ନିୟୁତରୁ ଅଧିକରେ ପହଞ୍ଚିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories