www.samajalive.in
Monday, December 15, 2025
17.1 C
Bhubaneswar

ଫ୍ରାନ୍‌ସକୁ ବିଦାକରି କ୍ବାର୍ଟର​‌ରେ ସ୍ବିଜରଲାଣ୍ଡ

ବୁକାରେଷ୍ଟ: ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଡ଼ ବିପର୍ଯ୍ୟୟ ଘଟାଇଛି ସ୍ବିଜରଲାଣ୍ଡ। ବିଶ୍ବ ଚମ୍ପିଆନ ଫ୍ରାନ୍‌ସକୁ ପରାସ୍ତକରି ସ୍ବିଜରଲାଣ୍ଡ ୬ଷ୍ଠ ଦଳ ଭାବେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସୋମବାର ରାତିରେ ଖେଳା ଯାଇଥିବା ୬ଷ୍ଠ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚରେ ସ୍ବିଜରଲାଣ୍ଡ୍‌ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ୫-୪ (୩-୩) ଗୋଲରେ ଫ୍ରାନ୍‌ସକୁ ପରାସ୍ତ କରିଛି। ସ୍ବିଜରଲାଣ୍ଡ ପ୍ରଥମ କ୍ବାର୍ଟରଫାଇନାଲ ଜୁଲାଇ ୨ରେ ସ୍ପେନ ବିପକ୍ଷରେ ଖେଳିବ। ସ୍ବିଜରଲାଣ୍ଡର ଏହି ବିଜୟରେ ହାରିସ୍ ସେଫେରୋଭିଚ୍‌ ଓ ଗୋଲକିପର ୟାନ ସୋମର ପ୍ରମୁଖ ଭୂମିକା ତୁଲାଇଥିଲେ। ୨ଟି ଗୋଲ ଆଗରେ ରହି ମଧ୍ୟ ଶେଷ ୧୦ ମିନିଟ୍‌ରେ ୨ଟି ବରଣ କରିବା ଏବଂ କିଲିୟାନ୍ ଏମ୍‌ବାପେଙ୍କ ପେନାଲ୍‌ଟିରୁ ଗୋଲ୍‌ ଦେଇ ନପାରିବା ଫ୍ରାନ୍‌ସ ପରାଜୟର ପ୍ରମୁଖ କାରଣ ହୋଇଛି।

୨ ଥର ୟୁରୋ ଚମ୍ପିଆନ ଫ୍ରାନ୍‌ସଠାରୁ ସ୍ବିଜରଲାଣ୍ଡ୍‌କୁ ଦୁର୍ବଳ ମନେ କରା ଯାଉଥିଲେ ମଧ୍ୟ ଏହା ଅପ୍ରତ୍ୟାଶିତ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଛି। ସ୍ବିଜରଲାଣ୍ଡ ହାର୍‌ ନମାନି ଲଢୁଆ ପ୍ରଦର୍ଶନ କରିଥିଲା। ୧୫ ମିନିଟ୍‌ରେ ହାରିସ୍‌ ସେଫେରୋଭିଚ୍‌ ଗୋଲ ଦେଇ ସ୍ବିଜରଲାଣ୍ଡ୍‌କୁ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ସ୍ବିଜରଲାଣ୍ଡ ୧-୦ ଗୋଲରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ ଫ୍ରାନ୍‌ସ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚକୁ ଫେରିବା ସହ ଅଧଘଣ୍ଟା ମଧ୍ୟରେ ୩ଟି ଗୋଲ୍‌ ଦେଇଥିଲା। ୫୭ ମିନିଟ୍‌ରେ ଫ୍ରାନ୍‌ସର କରିମ୍‌ ବେଞ୍ଜିମା ଗୋଲ୍‌ଦେଇ ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ଠିକ୍‌ ୨ ମିନିଟ୍‌ ପରେ ୫୯ ମିନିଟ୍‌ରେ କରିମ୍‌ ବେଞ୍ଜିମା ୨ୟ ଗୋଲ୍‌ଦେଇ ଫ୍ରାନ୍‌ସକୁ ୨-୧ରେ ଆଗୁଆ କରିଥିଲେ। କିଛି ସମୟ ପର୍ଯ୍ୟନ୍ତ ଫ୍ରାନ୍‌ସ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣ​‌େ​ର ରଖିବାରେ ସଫଳ ହୋଇଥିଲା। ୭୫ ମିନିଟ୍‌ରେ ପଲ୍‌ ପୋଗ୍‌ବା ୩ୟ ଗୋଲ୍‌ଦେଇ ଫ୍ରାନ୍‌ସକୁ ୩-୧ରେ ଆଗୁଆ କରିଥିଲେ। କ୍ରମାଗତ ୩ଟି ଗୋଲ୍‌ ବରଣ କରିବା ପରେ ସ୍ବିଜରଲାଣ୍ଡ୍‌ସ ମ୍ୟାଚକୁ ଫେରିବା ପାଇଁ ଉଦ୍ୟମ କରିଥିଲା।

- Advertisement -

ଶେ​‌ଷ ୧୦ ମିନିଟ୍‌ରେ ସ୍ବିଜରଲାଣ୍ଡର ଚକିତକର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଫ୍ରାନ୍‌ସ ରକ୍ଷଣଭାଗର ଦୁର୍ବଳତାର ଫାଇଦା ଉଠାଇ ସ୍ବିଜରଲାଣ୍ଡ ୨ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ୮୧ ମିନିଟ୍‌ରେ ସେଫେରୋଭିଚ୍‌ ୨ୟ ଗୋଲ ଦେଇ ମ୍ୟାଚକୁ ୩-୨କୁ ଆଣିଥିଲେ। ୯୦ ମିନିଟ୍‌ରେ ସ୍ବିଜରଲାଣ୍ଡର ମାରିଓ ଗାଭ୍ରାନୋଭିକ୍ ୩ୟ ଗୋଲ୍‌ଦେଇ ମ୍ୟାଚକୁ ୩-୩ ସ୍ଥିତିକୁ ଆଣିଥିଲେ। ନିର୍ଦ୍ଧାରିତ ୯୦ ମିନିଟର ସମୟରେ ସ୍କୋର୍‌ ୩-୩ ରହିବା ପରେ ଅତିରିକ୍ତ ସମୟ ଖେଳା ଯାଇଥିଲା। ଅତିରିକ୍ତ ସମୟ ​ଖେଳ ଗୋଲଶୂନ୍ୟ ରହିବାରୁ ପେନାଲ୍‌ଟି ସୁଟ୍ଆଉଟ୍‌ ହୋଇଥିଲା। ଏଥିରେ ସ୍ବିଜରଲାଣ୍ଡ ୫ଟି ଗୋଲ ଦେଇଥିବା ବେଳେ ଫ୍ରାନ୍‌ସ ୪ଟି ଗୋଲ ଦେଇଥିଲା। ଫ୍ରାନ୍‌ସ ପକ୍ଷରୁ ପେନାଲ୍‌ଟିରୁ ୪ ଖେଳାଳି ଗୋଲ ସ୍କୋର କରିଥିବା ବେଳେ କିଲିୟାନ୍ ଏମ୍‌ବାପେଙ୍କ ସଟ୍‌କୁ ସ୍ବିଜରଲାଣ୍ଡ ଗୋଲ୍‌ରକ୍ଷକ ୟାନ୍ ସୋମର ରୋକି ଦଳକୁ ବିଜୟୀ କରାଇଥିଲେ।

ଏମ୍‌ବାପେଙ୍କ ପେନାଲ୍‌ଟିକୁ ରୋକିଲେ ସୋମର : କ୍ଷମାମାଗିଲେ ଏମ୍‌ବାପେ

ସ୍ବିଜରଲାଣ୍ଡ୍‌ ବିପକ୍ଷ ମ୍ୟାଚରେ ପେନାଲ୍‌ଟି ମିସ୍‌ କରିଥିବା ଫ୍ରାନ୍‌ସର ତାରକା ଫରୱାର୍ଡ କିଲିୟାନ ଏମ୍‌ବାପେ ତାଙ୍କ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ପେନାଲ୍‌ଟି ସଟ୍‌ ମିସ୍‌ କରିବା ଯୋଗୁଁ ଏମ୍‌ବାପେ କ୍ଷମା ମାଗିଛନ୍ତି। ପେନାଲ୍‌ଟି ସୁଟ୍‌ଆଉଟ୍‌ ମ୍ୟାଚ ୫-୪ ସ୍ଥିତିରେ ଥିବାବେଳେ ଏମ୍‌ବାପେଙ୍କ ପେନାଲ୍‌ଟି ସଟ୍‌କୁ ସ୍ବିଜରଲାଣ୍ଡ ଗୋଲ୍‌ରକ୍ଷକ ୟାନ୍ ସୋମର ରୋକି ଦଳକୁ ବିଜୟୀ କରାଇଥିଲେ। ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ସ୍ବିଜରଲାଣ୍ଡ ଦଳକୁ ଏମ୍‌ବାପେ ଶୁଭେଚ୍ଛା ଜଣାଇବା ସହିତ ନିଜର ଭୁଲ୍‌ ପାଇଁ ଅନୁତପ୍ତ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories