www.samajalive.in
Tuesday, December 9, 2025
26.1 C
Bhubaneswar

ରାଫେଲ ପ୍ରସଙ୍ଗରେ ପୱାରଙ୍କୁ ବିରୋଧ, ଏନ୍‍ସିପି ଓ ସାଂସଦ ପଦ ଛାଡ଼ିଲେ ତାରିକ ଅନୱାର

ନୂଆଦିଲ୍ଲୀ : ‘ରାଫେଲ ରାଜନୀତି’ରେ ବିଜେପି ଓ କଂଗ୍ରେସ ବଳ କସାକସିରେ ନ୍ୟାନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‍ସିପି) ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଗୁରୁବାର ଏନ୍‍ସିପି ମୁଖ୍ୟ ଶରଦ ପୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିବା ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୱାରଙ୍କ ମନ୍ତବ୍ୟ ପ୍ରତିବାଦରେ ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ତାରିକ ଅନୱାର ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ସେ ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଘୋଷଣା କରିଛନ୍ତି। ଅନୱାର ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ‘ରାଫେଲ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ସନ୍ଦେହ କରାଯିବା ଅନୁଚିତ’ ବୋଲି ପୱାରଙ୍କ ମନ୍ତବ୍ୟରେ ସେ ଅତ୍ୟନ୍ତ ମର୍ମାହତ। ଦଳ ଏହି ପ୍ରସଙ୍ଗରେ କଂଗ୍ରେସର ଜେପିସି ତଦନ୍ତ ଦାବିକୁ ସମର୍ଥନ କରୁଥିବାବେଳେ ପୱାରଙ୍କ ମନ୍ତବ୍ୟ ତାଙ୍କୁ ଆଘାତ ଦେଇଛି। ସେ ଜେପିସି ତଦନ୍ତକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୱାର। ଏହି ପ୍ରସଙ୍ଗରେ ସେ ଶ୍ୱେତପତ୍ର ପ୍ରକାଶ ପାଇଁ ସରକାରଙ୍କଠାରେ ଦାବି କରିଛନ୍ତି।
‘ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେଇ ନାହିଁ; ସମର୍ଥକମାନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନେବି’ ବୋଲି ବିହାରର କଟିହାର ସାଂସଦ ଅନୱାର କହିଛନ୍ତି। ତାରିକଙ୍କ ଇସ୍ତଫା ଖବରକୁ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଏନ୍‍ସିପି ନେତା ଡି.ପି ତ୍ରିପାଠୀ ନିଶ୍ଚିତ କରିଛନ୍ତି। ଏହାଛଡ଼ା ତାଙ୍କ ପଦକ୍ଷେପକୁ କଂଗ୍ରେସ ବିଧାୟକ ପ୍ରେମଚାନ୍ଦ ମିଶ୍ର ସ୍ୱାଗତ କରିଛନ୍ତି। ତାରିକ ଜଣେ ଭଲ ନେତା, ଆମେ ତାଙ୍କ ପଦକ୍ଷେପକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।
୧୯୯୦ଦଶକରେ ଦିବଂଗତ ପି.ଏ ସାଙ୍ଗମା ଓ ପୱାରଙ୍କ ତାରିକ ଏନ୍‍ସିପି ଗଠନର ପ୍ରମୁଖ ବିନ୍ଧାଣି ଥିଲେ। ବିଦେଶିନୀ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଯିବା ପ୍ରତିବାଦରେ ଏହି ତିନି ନେତା କଂଗ୍ରେସ ତ୍ୟାଗ ପୂର୍ବକ ଏନ୍‍ସିପି ଗଠନ କରିଥିଲେ। ପୂର୍ବରୁ ସେ ବିହାର ପ୍ରଦେଶ କଂଗ୍ରେସର ସଭାପତି ଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରର ୟୁପିଏ ସରକାର ଓ ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସକୁ ଏନ୍‍ସିପି ସମର୍ଥନ ଦେଇଥିଲା।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories