www.samajalive.in
Monday, December 15, 2025
14.1 C
Bhubaneswar

ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦେବେ ବିଜୟ

କରୁର୍‌ : ତାମିଲନାଡୁର କରୁର୍‌ଠାରେ ତାମିଲ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ନିର୍ବାଚନ ପ୍ରଚାର ୠାଲିରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ଏବଂ ୧୬ ମହିଳା ଥିବା ଜଣାପଡିଛି। ଦଳାଚକଟାରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ୍ ଏହି ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

ସେପଟେ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଥଲପତି ବିଜୟ। ୩୯ ଜଣ ମୃତକଙ୍କ ପରିବାରକୁ ସେ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଟିଭିକେ ମୁଖ୍ୟ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ ଏହି ଦୁଃଖଦ ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୧୦୦ଜଣଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଆର୍ଥିକ ସହାୟତା ମିଳିବ।

- Advertisement -

ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ, ବିଜୟ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘ମୋ ହୃଦୟର ଯନ୍ତ୍ରଣାକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ମୋର ଆଖି ଏବଂ ମନ ଦୁଃଖରେ ଭରିଯାଇଛି। ମୁଁ ଯେଉଁମାନଙ୍କୁ ଭେଟିଛି ସେମାନଙ୍କ ମୁହଁ ମୋ ଆଖି ଆଗରେ ଝଲସୁଛି।
ଆହୁରି ମଧ୍ୟ ସେ ଲେଖିଛନ୍ତି ‘ଅବର୍ଣ୍ଣନୀୟ ଯନ୍ତ୍ରଣା ସହିତ, ମୁଁ ପ୍ରିୟଜନଙ୍କ ମୃତ୍ୟୁରେ ଶୋକ କରୁଥିବା ସମସ୍ତଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହା ଆମ ପାଇଁ ପ୍ରକୃତରେ ଏକ ଅପୂରଣୀୟ କ୍ଷତି। ଆପଣଙ୍କ ପରିବାରର ସଦସ୍ୟ ଭାବରେ, ମୁଁ ସମସ୍ତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଏବଂ ଚିକିତ୍ସାଧୀନ ଆହତ ମାନଙ୍କୁ ୨ ଲକ୍ଷ ପ୍ରଦାନ କରିବାକୁ ଚାହୁଁଛି।’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories