www.samajalive.in
Sunday, December 7, 2025
13.1 C
Bhubaneswar

ଡିଜିଟାଲ ରୂପରେ ଦେଖିବାକୁ ମିଳିବ ଚୋଳ ବଂଶର ପୋର୍ଟ ସିଟି, ୧୦୦୦ ବର୍ଷ ତଳେ ସମୁଦ୍ର ଗର୍ଭରେ ଲୀନ ହୋଇଥିଲା

ନୂଆଦିଲ୍ଲୀ: ଚୋଳ ରାଜବଂଶ ସମୟରେ ତାମିଲନାଡୁରେ ଥିବା ପୋର୍ଟ ସିଟି ଏବେ ଆଉ ନାହିଁ। କିନ୍ତୁ ଖୁବ୍‌ଶୀଘ୍ର ଲୋକମାନେ ଏହି ସୁନ୍ଦର ସହରର ରୂପକୁ ଦେଖିବାକୁ ପାଇବେ। ପ୍ରାୟ ୧୦୦୦ ବର୍ଷ ତଳେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ଏହି ସହରକୁ ଡିଜିଟାଲ ରୂପ ଦେବାକୁ ବୈଜ୍ଞାନିକମାନେ ଯୋଜନା ଆରମ୍ଭ କରିଛନ୍ତି। ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ନେତୃତ୍ଵରେ ଏହାର ପୁନଃନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦକ୍ଷିଣ ତାମିଲନାଡୁର ପୁମ୍ପୁହର ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଏହି ପୋର୍ଟ ସିଟି ସମୁଦ୍ର ଜଳସ୍ତର ବଢ଼ିବା କାରଣରୁ ବୁଡ଼ିଯାଇଥିଲା ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅଧିକାରୀମାନେ କହିଛନ୍ତି କିନ୍ତୁ ତାମିଲ ସାହିତ୍ୟ, ପ୍ରତ୍ନତତ୍ତ୍ଵ, ଇତିହାସ, ଶିଳାଲେଖା, ସମୁଦ୍ରଗର୍ଭରେ ଉତ୍ତୋଳନ ଏବଂ ଭୂବିଜ୍ଞାନ ସମ୍ପର୍କରେ ଅନେକ ଅଧ୍ୟୟନ ସତ୍ବେ ପୁମ୍ପୁହର ସହର ସ୍ଥାପନାର ପ୍ରକୃତ ସ୍ଥାନ, ଏହାର ବୟସ, ପରବର୍ତ୍ତୀ ସମୟରେ ଅନ୍ୟସ୍ଥାନକୁ କେବେ ସ୍ଥାନାନ୍ତର ହୋଇଥିଲା, କାବେରୀ ନଦୀ ମୁହାଣରେ ବର୍ତ୍ତମାନର ଠିକଣା ଏବଂ କେବେ ଏହା ବିଲୁପ୍ତ ହୋଇଥିଲା ସେସବୁ ଜଣାପଡ଼ି ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଏହି ସହରର ଉତ୍ପତ୍ତି ଏବଂ ବିଲୋପ ବିଷୟରେ ଅଧିକ ଜ୍ଞାନ ହାସଲ କରିବା ଲାଗି ରିମୋର୍ଟ ଦ୍ବାରା ପରିଚାଳିତ ଯାନ ଦ୍ବାରା ଅଣ୍ଡରୱାଟର ସର୍ଭେ ଏବଂ ଫଟୋଗ୍ରାଫି କରାଯିବ। ସମୁଦ୍ର ଶଯ୍ୟାକୁ ଖନନ କରାଯିବ। ରିମୋର୍ଟ ସେନ୍‌ସିଂ ଆଧାରିତ ଜିଓଡାଇନାମିକ୍‌ ଅଧ୍ୟୟନ କରାଯିବ। ଏହା ସହିତ ପୃଥିବୀ ପୃଷ୍ଠରେ ଗତ ୨୦ ହଜାର ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକ୍ରିୟା ଯଥା ଭୂମିର ଅବକ୍ଷୟ, ସମୁଦ୍ରପତ୍ତନ ବୃଦ୍ଧି, ବନ୍ୟା, ବାତ୍ୟା, ସୁନାମିର ଦୃଶ୍ୟକୁ ଅବଲୋକନ କରାଯିବ। ଏହି ଅଧ୍ୟୟନରୁ ଯେଉଁ ତଥ୍ୟ ମିଳିବ ତାହା ପୋର୍ଟ ସିଟି ‘ପୁମ୍ପୁହର’କୁ ଡିଜିଲାଟ ରୂପ ଦେବାରେ ସହାୟକ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories