BJD Bijuli 480×75 Mob

ଟମାଟୋ ଅଧିକ ଖାଉଛନ୍ତି କି? ତେବେ ଏବେଠୁଁ ହୋଇଯାଆନ୍ତୁ ସତର୍କ

BJD Bijuli 480×75 Mob
0

ଟମାଟୋ ଏକ ଗୁଣକାରୀ ପରିବା। ତେବେ ବିଶେଷଜ୍ଞଙ୍କ ମତରେ ଦୈନିକ ଆବଶ୍ୟକ ପରିମାଣରେ ଏହା ଖାଇବା ଉଚିତ। ଅଧିକ ପରିମାଣରେ ଟମାଟୋ ଖାଇଲେ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।

ଟମାଟୋରେ ଲାଇକୋପିନ୍ ସହ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର। ହେଲେ ଦୈନିକ ଅତିବେଶୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇବା ଉଚିତ।

ଅଧିକ ଟମାଟୋ ଖାଇଲେ ତାହା ବୃକକ୍ ଉପରେ କୁପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି।

ଆବଶ୍ୟକତା ଠାରୁ ଅଧିକ ଟମାଟୋର ବ୍ୟବହାର ତରକାରିରେ କଲେ ତାହା ହଜମ ନ ହେବା ସହ ମୂତ୍ର ସଂକ୍ରମଣ ରୋଗ ହେବାର ଆଶଙ୍କା ବଢ଼ାଇଥାଏ।

ବୟସ୍କ ଲୋକେ ଅଧିକ ଟମା​‌େ​‌ଟା ଖାଇଲେ ସେମାନଙ୍କ ଅଣ୍ଟା, ଗୋଡ଼ ବିନ୍ଧା ହୋଇଥାଏ।

ଟମାଟୋ ଅଧିକ ପରିମାଣରେ ଖାଇବା ଦ୍ବାରା ମାଇଗ୍ରେନ୍ ସମସ୍ୟା ଉପୁଜୁଥିବାର ପ୍ରକାଶ।

ଏଣୁ ଟମାଟୋ ଅଧିକ ବ୍ୟବହାର କରିବା ଅନୁଚିତ।

Leave A Reply