www.samajalive.in
Sunday, December 7, 2025
14.1 C
Bhubaneswar

ତାଲିବାନ ହେଉଛନ୍ତି ସାଧାରଣ ନାଗରିକ, ସାମରିକ ଗୋଷ୍ଠୀ ନୁହନ୍ତି- ଇମ୍ରାନ ଖାଁ

ୱାଶିଂଟନ: ତାଲିବାନ ହେଉଛନ୍ତି ସାଧାରଣ ନାଗରିକ, ସେମାନେ କୌଣସି ସାମରିକ ଗୋଷ୍ଠୀ ନୁହନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି। ପାକିସ୍ତାନ ସୀମାନ୍ତରେ ଏବେ ପ୍ରାୟ ୩୦ ଲକ୍ଷ ଆଫଗାନ ଶରଣାର୍ଥୀ ଠୁଳ ହୋଇଛନ୍ତି। ତାଙ୍କ ଦେଶ ଏଭଳି ପରିସ୍ଥିତିରେ କିଭଳି ସେମାନଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଇମ୍ରାନ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ତାଲିବାନ ଆତଙ୍କିଙ୍କ ପ୍ରତି ଚୀନ ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ତାଲିବାନକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛି।

ମଙ୍ଗଳବାର ରାତିରେ ପିବିଏସ୍‍ ନ୍ୟୁଜଆୱାରକୁ ସାକ୍ଷାତକାର ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ, ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ସଂପ୍ରତି ପ୍ରାୟ ୩୦ ଲକ୍ଷ ଆଫଗାନ ଶରଣାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ପାସ୍ତୁନ ଅଛନ୍ତି, ସେମାନେ ଏବଂ ତାଲିବାନ ସମାନ ସମୁଦାୟର। ସୀମାନ୍ତରେ ୫୦ ହଜାର, ୧ ଲକ୍ଷ ଲୋକଙ୍କର ଶିବିର ରହିଛି। ତାହାଛଡା ତାଲିବାନ ସାମରିକ ଗୋଷ୍ଠୀ ନୁହନ୍ତି, ସେମାନେ ସାଧାରଣ ନାଗରିକ। ତେଣୁ ଏହିସବୁ ଶିବିରରେ ସାଧାରଣ ନାଗରିକ ରହୁଥିବାବେଳେ ପାକିସ୍ତାନ ସେମାନଙ୍କ ବିରୁଦ୍ଧରେ କିଭଳି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।

- Advertisement -

ପାକିସ୍ତାନରେ ତାଲିବାନଙ୍କର ନିରାପଦ ଆଶ୍ରୟସ୍ଥଳ ରହିଥିବା ସମ୍ପର୍କରେ ପଚାରିବାରୁ ଇମ୍ରାନ କହିଥିଲେ, ଏସବୁ କେଉଁଠାରେ ରହିଛି। ଦୀର୍ଘଦିନ ଧରି ପାକିସ୍ତାନ ସରକାର ତାଲିବାନକୁ ସାମରିକ, ଆର୍ଥିକ ସହାୟତା ଯୋଗାଇ ଆସୁଥିବା ଅଭିଯୋଗ ହେଉଥିବାବେଳେ ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭାବରେ ଅଯଥା ବୋଲି ଇମ୍ରାନ କହିଛନ୍ତି। ସେ କହିଥିଲେ ଯେ ଆଫଗାନିସ୍ତାନରେ ଆମେରିକାର ଯୁଦ୍ଧ ପରବର୍ତ୍ତୀ ସମୟରେ ହଜାର ହଜାର ପାକ ନାଗରିକଙ୍କର ମୃତ୍ୟୁ ଘଟିଛି। କିନ୍ତୁ ନ୍ୟୁୟର୍କରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଯାହା ଘଟିଲା ସେଥିରେ ପାକିସ୍ତାନର କିଛି ନଥିଲା।
ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦର ଏକ ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୬ହଜାର ତେହରିକ ଇ ତାଲିବାନ ପାକିସ୍ତାନର ଆତଙ୍କବାଦୀ ଆଫଗାନିସ୍ତାନ ମଧ୍ୟରେ ତାଲିବାନ ସହିତ ମିଶି ବର୍ବରକାଣ୍ଡ ଘଟାଉଛନ୍ତି। ଏହି ଗୋଷ୍ଠୀର ପାକିସ୍ତାନ ବିରୋଧୀ ଆଭିମୁଖ୍ୟ ରହିଥିବାବେଳେ ଏହା ତାଲିବାନକୁ ପୂର୍ଣ୍ଣ ସମର୍ଥନ କରୁଛି।

ବୁଧବାର ଚାଇନା ସରକାର ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ତାଲିବାନକୁ ପ୍ରଶଂସା କରିଛନ୍ତି। ଏହା ଆଫଗାନିସ୍ତାନରେ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଏବଂ ରାଜନୈତିକ ଶକ୍ତି ବୋଲି ଚୀନ କହିଛି। ଏଥିସହିତ ତାଲିବାନ ଅନ୍ୟ ସମସ୍ତ ଆତଙ୍କି ଗୋଷ୍ଠୀ ସହିତ ସମସ୍ତ ସଂପର୍କ ଛିନ୍ନ କରିବାକୁ ଚାଇନା କହିଛି। ବିଶେଷକରି ଇଷ୍ଟ ତୁର୍କିସ୍ତାନ ଇସଲାମିକ ମୁଭମେଣ୍ଟ (ଇଟିଆଇଏମ)- ଜିନଜିଆଙ୍ଗ ପ୍ରଦେଶର ଉୟିଘର ମୁସଲିମ ଆତଙ୍କି ଗୋଷ୍ଠୀ ସହିତ ସଂପର୍କ ଛିନ୍ନ କରିବାକୁ ଏହା ତାଲିବାନକୁ କହିଛି। ସୂଚନାଯୋଗ୍ୟ ଯେ ଚୀନ ଗସ୍ତରେ ଯାଇଥିବା ତାଲିବାନ ପ୍ରତିନିଧି ଦଳକୁ ଦେଶର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଜି ତିଆନଜିନ୍‍ ସହରରେ ସାକ୍ଷାତ କରି ତାଲିବାନ ପ୍ରତି ତାଙ୍କ ଦେଶର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ତାଲିବାନ ନେତା ବରାଦରମଧ୍ୟ ବେଜିଂକୁ ଏକ ବିଶ୍ୱସନୀୟ ବନ୍ଧୁ ବୋଲି କହିବା ସହିତ ତାଲିବାନ ଅନ୍ୟ କୌଣସି ଆତଙ୍କି ଗୋଷ୍ଠୀଙ୍କୁ ଆଫଗାନ ଭୂଭାଗ ବ୍ୟବହାର କରିବାକୁ ଦେବନାହିଁ ବୋଲି କହିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories