ପ୍ରେମ ପାଇଁ ମହିଳା କନେଷ୍ଟବଳଙ୍କୁ ହତ୍ୟା; ତହସିଲଦାର ଗିରଫ

ଲକ୍ଷ୍ନୌ : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ କରିବା ଓ ପ୍ରେମିକାକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣେ ତହସିଲଦାର ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଗିରଫ ତଲସିଲଦାର ହେଉଛନ୍ତି ଉତ୍ତରପ୍ରଦେଶ ପ୍ରତାପଗଡ ରାଣୀଗଞ୍ଜର ପଦ୍ମେସ ଶ୍ରୀବାସ୍ତବ ଓ ତାଙ୍କ ପତ୍ନୀ। ହତ୍ୟାର ଶିକାର ହୋଇଥିବା ମହିଳା କନଷ୍ଟେବଳ ହେଉଛନ୍ତି ରୁଚି ସିଂହ। ଉଭୟ ଶ୍ରୀବାସ୍ତବ ଓ ରୁଚି ପୂର୍ବରୁ ବିବାହ କରିଥିଲେ। ମାତ୍ର ଫେସବୁକ୍ ମାଧ୍ୟମରେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ ସତ୍ତ୍ବେ ରୁଚି ପୁନର୍ବାର ବିବାହ କରିବା ଲାଗି ଶ୍ରୀବାସ୍ତବଙ୍କୁ ବାଧ୍ୟ କରିଥିଲେ। ବିବାହ ପାଇଁ ବାଧ୍ୟ କରିବାରୁ ରୁଚିଙ୍କୁ ଶ୍ରୀବାସ୍ତବ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଆଉ ପୁଲିସ ଏହି ଘଟଣାରେ ତହସିଲଦାରଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଲକ୍ଷ୍ନୌର ମାତି ନାଳରୁ ଗୁରୁବାର ଏକ ମୃତଦେହ ମିଳିଥିଲା।

 

prayash

ଏହି ମୃତଦେହ ନିଖୋଜ ମହିଳା କନଷ୍ଟେବଳ ରୁଚିଙ୍କର ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଗତ ୧୨ ତାରିଖର ରୁଚି ନିଖୋଜ ଥିଲେ। ପୁଲିସ ସୂଚନା ମୁତାବକ ରୁଚିଙ୍କ ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରାଯିବାରୁ ତହସିଲଦାର ଶ୍ରୀବାସ୍ତବ ସନ୍ଦେହ ଘେରକୁ ଆସିଥିଲେ। ଏହା ପରେ ତହସିଲଦାରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଇଥିଲା। ଜେରା ସମୟରେ ଶ୍ରୀବାସ୍ତବ ଘଟଣାକୁ ସ୍ବୀକାର କରିଥିଲେ। ରୁଚି ପୂର୍ବରୁ ବିବାହିତ ଥିଲେ ଓ ବିବାହ ପାଇଁ ତହସିଲଦାରଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ତେଣୁ ତାଙ୍କୁ ହତ୍ୟା କରିଥିବା ତହସିଲଦାର ସ୍ୱୀକାର କରିଛନ୍ତି। ହତ୍ୟାକାଣ୍ଡରେ ତହସିଲଦାରଙ୍କ ପତ୍ନୀଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି।

kalyan agarbati

Comments are closed.