www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ : ବେଙ୍ଗାଲୁରରେ ଖେଳାଯିବ ଅନ୍ତିମ ମ୍ୟାଚ୍ , ପ୍ରଥମ ବିଜୟ ଲକ୍ଷ୍ୟରେ ଆଫଗାନ ଟିମ୍

ବେଙ୍ଗାଲୁରୁ: ଆଫ୍‌ଗାନିସ୍ତାନ ବିପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‌ ଜିତି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ହାତେଇ ନେଇଛି ଘରୋଇ ଭାରତ। ବୁଧବାର ୩ୟ ତଥା ଅନ୍ତିମ  ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଭାରତ ୩ୟ ମ୍ୟାଚରେ ମଧ୍ୟ ଏହି ଧାରା ଜାରି ରଖିବ ବୋଲି ଅନୁମାନ କରାଯାଉଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌କୁ ନଜରରେ ରଖି ଚଳିତ ଶୃଙ୍ଖଳାରେ ଭାରତ ଯେପରି କ୍ରିକେଟ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିଲା । ତାହା ଅଦ୍ୟାବଧି ସଫଳ ହୋଇଛି। ମୋହାଲି ଓ ଇନ୍ଦୋର ମ୍ୟାଚ୍‌ ପରି ବେଙ୍ଗାଲୁରୁ ଟି୨୦ ମ୍ୟାଚ୍‌ରେ ଆକ୍ରମଣାତ୍ମକ ମନୋଭାବରେ ଖେଳିବା ନେଇ ଆଶା ରହିଛି।  ବିଶ୍ବକପ୍‌ ପୂର୍ବରୁ ଭାରତର ଅନ୍ତିମ ଟି୨୦ ଶୃଙ୍ଖଳା ପୂର୍ବରୁ ଯୋଜନାବଦ୍ଧ ଭାବେ ଭାରତ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ନିଶ୍ଚିତ କରିଥିଲା।

ପୁଣି ବିଶ୍ବକପ୍‌ରେ ଅଭିଜ୍ଞତାର ଆବଶ୍ୟକତା ପଡ଼ିବ ବୋଲି ଅନୁଭବ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ବ୍ୟାଟ୍‌ସମ୍ୟାନଙ୍କୁ ଦଳରେ ସାମିଲ କରିଥିଲା। ପ୍ରଥମ ଟ୍ବେଣ୍ଟି୨୦ରେ ୧୫୯ ରନ୍‌ର ଲକ୍ଷ୍ୟକୁ ୧୭.୩ ଓଭରରେ ଏବଂ ୨ୟ ମ୍ୟାଚ୍‌ରେ ୧୭୩ ରନ୍‌ର ଲକ୍ଷ୍ୟକୁ ୧୫.୪ ଓଭରରେ ପିଛାକରି ଜିତିବା ସହ ଭାରତ ତା’ର ମନୋଭାବ ସ୍ପଷ୍ଟ କରିଥିଲା। କ୍ରିକେଟ୍‌ ବିଶେଷଜ୍ଞଙ୍କୁ ଏହା ଚକିତ କରିଥିଲା। କାରଣ ପୂର୍ବରୁ ଭାରତ ଆରମ୍ଭରୁ ଇନିଂସ ଗଢ଼ିବା ସହ ଶେଷ ୧୦ ଓଭରରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥାଏ। ବିରାଟ କୋହଲିଙ୍କ ପରି ବ୍ୟାଟ୍‌ସ ମ୍ୟାନ୍‌ ମାତ୍ର ୧୬ ବଲ୍‌ରୁ ୨୯ ରନ୍‌ କରି ଭାରତର ନୂଆ ରଣନୀତି ସହ ଖାପ୍‌ ଖୁଆଇବାର ସୂଚନା ଦେଇଛନ୍ତି। ବିଶେଷକରି ଆଫ୍‌ଗାନିସ୍ତାନର ଶ୍ରେଷ୍ଟ ସ୍ପିନର ମୁଜିବ୍‌ ଉର୍‌ ରେହ୍‌ମାନଙ୍କୁ କୋହଲି ଆକ୍ରମଣ କରିଥିଲେ। ୩ ବର୍ଷ ପରେ ଭାରତୀୟ ଟି୨୦ ଦଳକୁ ଫେରିଥିବା ଶିଭମ୍ ଦୁବେଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories