www.samajalive.in
Saturday, December 6, 2025
15.1 C
Bhubaneswar

ମେସି , ବୋନମାଟିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଦିଲ୍ଲୀ : ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ଶେଷ ୪ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଏକ କଡ଼ା ପ୍ରତିଯୋଗିତା​‌ରେ ସେ ନରୱେର ଷ୍ଟ୍ରାଇକର ଏରଲିଙ୍ଗ ହାଲାଣ୍ଡଙ୍କୁ ପଛରେ ପକାଇ ୨୦୨୩ ବର୍ଷ ଲାଗି ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ସେହିପରି ସ୍ପେନ ଓ ବାର୍ସିଲୋନା ଷ୍ଟ୍ରାଇକର ଐତାନା ବୋନମାଟିଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଇଂଲଣ୍ଡରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମାଞ୍ଚେଷ୍ଟର ସିଟି ପ୍ରଶିକ୍ଷକ ପେପ୍‌ ଗାର୍ଡିଓଲା ୨୦୨୩ ବର୍ଷ ଲାଗି ପୁରୁଷ ବର୍ଗରେ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଥିବାବେଳେ ଇଂଲଣ୍ଡ ପ୍ରଶିକ୍ଷକ ସରିନା ୱିଗମ୍ୟାନ ଚତୁର୍ଥ ଥର ପାଇଁ ମହିଳା ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ହାସଲ କରିଛନ୍ତି। ମାଞ୍ଚେଷ୍ଟର ସିଟି ଷ୍ଟପର ଏଡରସନ ଶ୍ରେଷ୍ଠ ପୁରୁଷ ଗୋଲରକ୍ଷକ ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଏବଂ ଇଂଲଣ୍ଡର ମେରି ଇପ୍ସ ମହିଳା ବର୍ଗରେ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories