www.samajalive.in
Sunday, December 7, 2025
14.1 C
Bhubaneswar

ଏସବୁ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା ; ହୋଇପାରେ ବୋନ୍ କ୍ୟାନ୍ସର

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, କର୍କଟ ଏକ ପ୍ରାଣଘାତୀ ରୋଗ। ଏହି ରୋଗରୁ ବର୍ତ୍ତିବା ଏକ ପ୍ରକାର ଅସମ୍ଭବ କହଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଏହି ରୋଗର ନାଁ ଶୁଣିଲେ ମଧ୍ୟ ଡର ଲାଗିଥାଏ। ମାତ୍ର ଠିକ୍ ସମୟରେ ଏହାକୁ ଚିହ୍ନଟ କରି ପାରିଲେ ଚିକିତ୍ସା କରି ଏଥିରୁ ରକ୍ଷା ପାଇବାର ସମ୍ଭାବନା ଥାଏ। ତେବେ ଏହି ଗମ୍ଭୀର ରୋଗ ଶରୀରରେ କୌଣସି ବି ଅଙ୍ଗରେ ହୋଇପାରେ। ଆଜି ଆମେ କହୁଛୁ ବୋନ୍ କ୍ୟାନ୍ସର ବିଷୟରେ। ଆମ ଦୈନନ୍ଦିନ ଜୀବନରେ ଆମକୁ ଏପରି କିଛି ଲକ୍ଷଣ ଦେଖାଦେଇଥାଏ ଯାହା ବୋନ୍ କ୍ୟାନ୍ସରର ସଙ୍କେତ ହୋଇଥାଏ। ମାତ୍ର ଆମେ ସେ ସବୁ ଲକ୍ଷଣକୁ ଅଣଦେଖା କରିଥାଉ। ଯାହା ଫଳରେ ରୋଗ ବଢି ଯାଇ ଅଣାୟତ ହୋଇଯାଏ। ଆସନ୍ତୁ ଜାଣିବା ପାଦରେ ଦେଖା ଦେଉଥିବା ସେହିସବୁ ଲକ୍ଷଣ ବିଷୟରେ ଯାହା ବୋନ୍‌ କ୍ୟାନ୍ସରର ଆଭାସ ଦେଇଥାଏ –

ବିନା କାରଣରେ ପାଦରେ ଫ୍ରାକଚର ହେବା :
ବିନା କୌଣସି ଚାପ କିମ୍ବା ଆଘାତରେ ପାଦର ଗଣ୍ଠି ଫାଟିବା କିମ୍ବା ଭାଙ୍ଗିବା ଭଳି ସମସ୍ୟା ଦେଖାଗଲେ ତାହା ବୋନ୍ କ୍ୟାନ୍ସରର ଲକ୍ଷଣ ହୋଇପାରେ। କାରଣ କ୍ୟାନସରର କୋଷିକା ଗଣ୍ଠିର ଲାଳାଂଶକୁ କମ୍ କରିଦେଇଥାଏ। ଏହା ଗଣ୍ଠିକୁ ଦୁର୍ବଳ କରିଦେଇଥାଏ ଯେଉଁ କାରଣରୁ ଫ୍ରାକଚର ହୋଇଥାଏ।

- Advertisement -

ପାଦ ଯନ୍ତ୍ରଣା :
ବୋନ୍ କ୍ୟାନସର ଲକ୍ଷଣରେ ପାଦରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ। ବିଶେଷ କରି ରାତି ସମୟରେ ଏହି ଯନ୍ତ୍ରଣା ଅଧିକ ହୋଇଥାଏ। ଯଦି ଏହି ଯନ୍ତ୍ରଣା କମ୍ ହେଉନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

ପାଦ କିମ୍ବା ପାଦର ଗଣ୍ଠି ଫୁଲିବା ବା ଗେଟାଳିଆ ହୋଇ ରହିବା :
ପାଦ କିମ୍ବା ପାଦଗଣ୍ଠି ଫୁଲିବା ଏବଂ ଦୀର୍ଘଦିନ ଧରି ଏହି ଫୁଲା ରହିବା ମଧ୍ୟ ବୋନ୍‌ କ୍ୟାନ୍ସରର ଲକ୍ଷଣ ହୋଇଥାଏ। ଏହାସହିତ ପାଦ କିମ୍ବା ଗୋଡ଼ର କୌଣସି ସ୍ଥାନରେ ଗେଟାଳିଆ ହୋଇ ରହିବା ବୋନ୍ କ୍ୟାନ୍ସରର ଏକ ଲକ୍ଷଣ ହୋଇଥାଏ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories