www.samajalive.in
Tuesday, December 9, 2025
16.1 C
Bhubaneswar

ବିଜୟ ଦିବସରେ ଜଳିଲା ‘ସ୍ୱର୍ଣ୍ଣିମ ବିଜୟ ମଶାଲ୍‍’

ନୂଆଦିଲ୍ଳୀ: ଭାରତ-ପାକିସ୍ତାନ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ୍‍ ପ୍ରଜ୍ୱଳନ କରିଛନ୍ତି।  ୧୯୭୧ ମସିହା ଡିସେମ୍ବର ୧୬ରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ସେନା ଉପରେ ଏକ ନିର୍ଣ୍ଣାୟକ ତଥା ଐତିହାସିକ ବିଜୟ ହାସଲ କରିଥିଲା। ଫଳରେ ଏକ ନୂତନ ରାଷ୍ଟ୍ର ଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକିସ୍ତାନ ସେନାର ସମର୍ପଣ ସର୍ବବୃହତ୍‍ ସାମରିକ ଆତ୍ମସମର୍ପଣ ଭାବେ ମଧ୍ୟ ଜଣାଯାଏ। ଭାରତ ଆଜିଠାରୁ ଏହି ଯୁଦ୍ଧର ୫୦ ବର୍ଷ ପାଳନ କରୁଥିବାରୁ ଏହାକୁ ସ୍ୱର୍ଣ୍ଣିମ ବିଜୟ ବର୍ଷ କୁହାଯାଉଛି। ସାରା ଦେଶରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ, ସି.ଡି.ଏସ୍‍. ମୁଖ୍ୟ ଏବଂ ତିନିସେନାର ମୁଖ୍ୟମାନେ ଏହି ଅବସରରେ ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିଥିଲେ। ଅନ୍ୟପକ୍ଷରେ ୧୯୭୧ ମସିହା ଯୁଦ୍ଧର ପରମବୀରଚକ୍ର ଏବଂ ମହାବୀରଚକ୍ର ସମ୍ମାନରେ ସମ୍ମାନିତ ଶହୀଦ୍‍ଙ୍କ ଗ୍ରାମ ସମେତ ଦେଶର ବିଭିନ୍ନ ସ୍ଥାନକୁ ୪ଟି ମଶାଲ୍‍ ନିଆଯାଉଛି। ଏହି ଯୁଦ୍ଧର ସ୍ମୃତିକୁ ସ୍ମରଣ କରିବାପାଇଁ ଦେଶର ପ୍ରମୁଖ ଯୁଦ୍ଧକ୍ଷେତ୍ର ଏବଂ ଏହି ଯୁଦ୍ଧରେ ଶହୀଦ୍‍ ହୋଇଥିବା ଯବାନ୍‍ଙ୍କ ଗ୍ରାମରୁ ମୃତ୍ତିକା ଅଣାଯାଇଛି। ଏହି ଅବସରରେ ବରିଷ୍ଠ ସେନାନୀ ଏବଂ ବୀରା ରମଣୀଙ୍କୁ ସମ୍ମାନିତ କରାଯାଇଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories