ମୁମ୍ବଇ : ଅଭିନେତ୍ରୀ ସ୍ବରା ଭାସ୍କର ରାଜନେତା ଫୱାଦ୍ ଅହମ୍ମଦଙ୍କୁ ବିବାହ କରିଛନ୍ତି । ସାମାଜିକ ଗଣମାଧ୍ୟମ ଟ୍ବିଟର୍ରେ ସ୍ବରା ବିବାହ ନେଇ ବାର୍ତ୍ତା ଛାଡ଼ିଛନ୍ତି । ଗତ ଜାନୁଆରୀ ୬ରେ ଅଦାଲତରେ ପୱାଦ୍ଙ୍କୁ ବିବାହ କରିଥିବା ସ୍ବରା ଦର୍ଶାଇଛନ୍ତି। ଏଥିସହ ସେ ବିବାହ ବେଳର କେତେକ ଫଟୋ ଓ ଭିଡିଓ ଛାଡ଼ିଛନ୍ତି। ବିବାହ ସମୟରେ ସ୍ବରାଙ୍କ ବାପା-ମା’ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି।
ସ୍ବରା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ଫୱାଦ୍ ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଯୁବ ପରିଷଦର ସଭାପତି ଅଛନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପ୍ରେମରେ ପରିଣତ ହୋଇଥିଲା। ସ୍ବରାଙ୍କ ଲେଖକ ହିମାଂଶୁ ଶର୍ମାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ୨୦୧୯ରେ ଉଭୟ ଅଲଗା ହୋଇଯାଇଥିଲେ। ଗୁରୁବାର ସ୍ବରା ଓ ଫୱାଦ୍ଙ୍କ ବିବାହ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କେତେକ ବନ୍ଧୁ ଓ ସମ୍ପର୍କୀୟ ସାମିଲ ହୋଇଥିଲେ। ନୈଶ୍ୟ ଭୋଜି ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।
ବିବାହ ବନ୍ଧନରେ ସ୍ବରା ଭାସ୍କର
Popular Categories



