www.samajalive.in
Monday, December 15, 2025
17.1 C
Bhubaneswar

ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ ସ୍ୱଚ୍ଛ ଦିବସ ପାଳିତ

ଭୁବନେଶ୍ବର: ଆଜି ସମଗ୍ର ଭାରତରେ ସ୍ୱଚ୍ଛ ଦିବସ ପାଳିତ ହୋଇ ଥାଏ। ଏହି ଅବସରରେ ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ତରଫରୁ କ୍ୟାପିଟାଲ ହସ୍ପିଟାଲ ୟୁନିଟ ୬ ପରିସରରେ ଦିବ୍ୟ ବାର୍ତ୍ତାବହ ହଜରତ ମହମ୍ମଦଙ୍କ ଶିକ୍ଷା “ସ୍ଵଚ୍ଛତା ଧର୍ମବିଶ୍ଵାସର ଏକ ଅବିଚ୍ଛେଦ ଅଙ୍ଗ” ସ୍ଲୋଗାନ ସହିତ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟଜନ କରାଯାଇ ଥିଲା ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ହସ୍ପିଟାଲ ର ବିଭିନ୍ନ ପାର୍ଶ୍ଵରେ ସଫେଇ କାର୍ଯ୍ୟକ୍ରମ ସହିତ ପ୍ରସୂତି ବିଭାଗରେ ଥିବା ୨୦୦ରୁ ଉର୍ଦ୍ଧ ମହିଳା ରୋଗୀ ମାନଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱରର ମହିଳା ସଂଗଠନ ଦ୍ଵାରା ବିତରଣ କରାଯାଇ ଥିଲା। ଏହି କାର୍ଯ୍ୟକୁ ମହମ୍ମଦ ନୁରଉଦ୍ଦିନ ଅମିନ ସଭାପତି ଅହମଦୀୟା ମୁସଲିମ ସଂପ୍ରଦାୟ ଭୁବନେଶ୍ୱର ନେତୃତ୍ଵ କରିଥିଲେ।

- Advertisement -

କାର୍ଯ୍ୟକ୍ରମକୁ ମୁଖ୍ୟ ପ୍ରଚାରକ ହଲିମ ଖାନ, ଅହମଦ ସଲାମ,ତାହିର୍ ଅହମଦ ଖାନ, ମୁବାରକ ଅହମଦ ଆଦି ସଫଳ କରିବାପାଇଁ ଚେଷ୍ଟା କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଡାଇରେକ୍ଟର ଡ.ଦିଲ୍ଲୀପ କୁମାର ପଣ୍ଡା, ମେନେଜର ସୃଷ୍ରି ସର୍ମିସ୍ତ୍ରା, ଆସିଷ୍ଟାଣ୍ଟ ମେନେଜର ଅଲିଭା ଆଚାର୍ଯ୍ୟ ଅନୁମତି ସହଯୋଗ ପ୍ରଦାନ କରିଥିବାରୁ ସଂପ୍ରଦାୟ ତରଫରୁ ଧନ୍ୟବାଦ୍ ଅର୍ପଣ କରା ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories