www.samajalive.in
Friday, December 12, 2025
14.1 C
Bhubaneswar

ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ମେଗା ରକ୍ତଦାନ ଶିବିର, ୮୨ ୟୁନିଟ ରକ୍ତ ସଂଗୃହୀତ

ଘଣ୍ଟାପଡା: ମା’ ମାହେଶ୍ଵରୀ ସେନା ଓ ଘଣ୍ଟାପଡା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ରକ୍ତ ଭଣ୍ଡାର ଦ୍ୱାରା ରକ୍ତ ଗ୍ରହଣ କରାଯାଇଥିବା ବେଳେ ଶିବିରରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ସ୍ଵେଚ୍ଛାକୃତ ରକ୍ତଦାତାଙ୍କଠାରୁ ମୋଟ ୮୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ଶୁଭମ ମିଶ୍ର ଓ ଖୁଣ୍ଟିଗୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ. ଆନନ୍ଦ ଭୁଏ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ। ପରେ କଲେଜ ଅଧ୍ୟକ୍ଷ ଗିରିଧର ବେହୁରୀଙ୍କ ସଭାପତିତ୍ଵରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା । ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ରକ୍ତଦାନର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ଦେଇଥିଲେ । ଅନ୍ୟତମ ଅତିଥିଭାବେ ୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶିକ୍ଷାବିତ ନିଳାଚଳ ଭୋଇ, ଆଦିବାସୀ ନେତା ଡମ୍ବରୁଧର କହଁର, ବରିଷ୍ଠ ଓକିଲ ପ୍ରଶାନ୍ତ ସାହୁ ଓ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ ସାହୁ ଯୋଗ ଦେଇ ରକ୍ତଦାନ ମହତ ଦାନ ବୋଲି କହିଥିଲେ। କଲେଜ କିରାଣୀ ଦେବେନ୍ଦ୍ରନାଥ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ଥିଲେ। ଅଧ୍ୟକ୍ଷ ଗିରିଧାର ଦେହୁରୀ ଧନ୍ୟବାଦ ଦେଇଥିଲେ। ମା’ ମାହେଶ୍ୱରୀ ସେନାର ସଦସ୍ୟ ଅନିଲ ପାଲିଆ, ଗଜାନନ ପଧାନ, ଆଜାଦ୍ କଲତା, କାଞ୍ଚନ କଲତା, ନରେନ୍ଦ୍ର କର୍ମୀ, ଅବିନାଶ କମ୍ପ, ସୁନିଲ ପଧାନ ଏବଂ କଣ୍ଟାମାଳ ସମେତ ବଲାଙ୍ଗୀର, ସୋନପୁର, ବୀରମହାରାଜପୁର ଶାଖାର କର୍ମକର୍ତ୍ତା ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories