www.samajalive.in
Wednesday, December 10, 2025
16.1 C
Bhubaneswar

କୋରଙ୍ଗାରେ ଅବକାରୀ ଚଢାଉ: ୯୪୫ ଲିଟର ମଦ, ୯୩୪୫ ଲିଟର ପୋଚ ସହ କାର ଜବତ

ଆଠଗଡ: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣକୁ ଦୃଷ୍ଟିରେ ରଖି ଆଠଗଡ ଅଞ୍ଚଳରେ ବେଆଇନ ଦେଶୀମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ  ଅବକାରୀ ଚଢାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସକାଳେ କୋରଙ୍ଗା ଗ୍ରାମରେ ଆଠଗଡ ଅବକାରୀ ଓ କଟକ ଅବକାରୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ସେଠାରେ ଏକାଧିକ ବେଆଇନ ଭାଟି ଉପରେ ଚଢାଉ କରି ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୯୩୪୫ ଲିଟର ଗୁଡମିଶ୍ରିତ ପୋଚ ଏବଂ ଚାଲାଣ ପାଇଁ ଥିବା ସଦ୍ୟ ପ୍ରସ୍ତୁତ ୯୪୫ ଲିଟର ଦେଶୀମଦ ଜବତ କରାଯାଇଥିଲା । ବାହାରକୁ ଚାଲାଣ ପାଇଁ ମଦ ବୋଝେଇ ହୋଇଥିବା ଏକ ନମ୍ବର ବିହୀନ କାରକୁ ମଧ୍ୟ ଜବତ କରାଯାଇଛି । ତେବେ ମଦ ମାଫିଆ ଅବକାରୀ ଗାଡିଗୁଡିକୁ ଦୂରରୁ ଦେଖି ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇ ପାରି ନ ଥିଲା। ଏ ସମ୍ପର୍କିତ ୩ଟି ମାମଲା ରୁଜୁ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ।  ଏହି ଚଢାଉରେ ଆଠଗଡ ଅବକାରୀ ଉପଅଧୀକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଅବକାରୀ ଗୁଇନ୍ଦା ନିରୀକ୍ଷକ ଧୀରେନ କୁମାର ବେହେରା, ଆଠଗଡ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories