www.samajalive.in
Friday, December 12, 2025
27.1 C
Bhubaneswar

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ପଦଯାତ୍ରା

ପିପିଲି: ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲିରେ ‘ସ୍ୱଚ୍ଛତା ହିଁ ସେବା’ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଙ୍କଟମୋଚନ ହନୁମାନ ମନ୍ଦିର ସମ୍ମୁଖରୁ ବୁଧବାର ସକାଳେ ଏହି ପଦଯାତ୍ରା ବାହାରି ଚାନ୍ଦୁଆବଜାର, ଥାନାଛକ ଦେଇ ହାଟଛକଠାରେ ପହଞ୍ଚିଥିଲା। ସେଠାରେ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଅତିଥି ଭାବେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ଡାକ୍ତର ତପନ କୁମାର ଦାଶ, ସମାଜସେବୀ ରମେଶ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଯୁବ ସମାଜସେବୀ ଇଂ ଜେନାମଣି ଆଶିଷ ରଞ୍ଜନ ଜେନା, ଶିକ୍ଷାବିତ୍‍ ଜଗନ୍ନାଥ ପ୍ରଧାନ, ରଘୁନାଥ ଜେନା, ମନୋଜ କୁମାର ପ୍ରଧାନ, ମୁନୁ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ବାପୁ ବେହେରା, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶିଶୁ କଳାକାରମାନେ ସ୍ୱଚ୍ଛତା ସଂପର୍କିତ ସଚେତନତାଧର୍ମି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ପିପିଲି ଅଞ୍ଚଳର କେତେକ କୃତି କ୍ରୀଡାବିତ୍‍ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପିପିଲି ମହାବିଦ୍ୟାଳୟର ଏନ୍‍ସିସି, ଜବାହର ବିଦ୍ୟାପୀଠର ସ୍କାଉଟ୍ସ, ଗାଇଡ୍ସର ଛାତ୍ରଛାତ୍ରୀଙ୍କ ସମେତ ଦିଶା ଶିକ୍ଷା କେନ୍ଦ୍ର, ଇନ୍‍ଫୋର୍ସ ଏକାଡେମୀ ଓ ବୈଦିକ ଟେକ୍‍ନୋ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories