ବ୍ଲେଡ ଭାଙ୍ଗିଯିବାରୁ ବନ୍ୟାଜଳରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର
ଡ଼େସ୍କ: ବିହାରର ମୁଜାଫରପୁର ଜିଲ୍ଲାର ଓରାଇ ଅଞ୍ଚଳରେ ବନ୍ୟା ରିଲିଫ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଅପରାହ୍ନରେ ବନ୍ୟାଜଳରେ ଜରୁରୀକାଳୀନ ଅବତରଣ କରିଛି। ମୁଜାଫରପୁରର ଏସଏସପି କହିଛନ୍ତି ଯେ ପାଇଲଟଙ୍କ ସମେତ ୪ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବନ୍ୟା ପ୍ରଭାବିତ ସୀତାମଢି ଜିଲ୍ଲାକୁ ହେଲିକପ୍ଟରଟି ରିଲିଫ ସାମଗ୍ରୀ ନେଇ ଯାଉଥିବା ବେଳେ ଏହାର ଫ୍ୟାନର ବ୍ଲେଡ ଭାଙ୍ଗି ଯାଇଥିଲା ଫଳରେ ହେଲିକପ୍ଟରଟି ବନ୍ୟାଜଳରେ ଅବତରଣ କରିଥିଲା।
ବ୍ଲେଡ ଭାଙ୍ଗିଯିବାରୁ ବନ୍ୟାଜଳରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର pic.twitter.com/gZYPrUfqmp
— Samaja Live (@samajalive) October 2, 2024
Comments are closed.