www.samajalive.in
Tuesday, December 9, 2025
17.1 C
Bhubaneswar

ବେଣ୍ଟପଦା ଓ ଜେନାପଦାରୁ ୧୪୫ଜଣଙ୍କର ସ୍ୱାବ ସଂଗ୍ରହ

ଆଠଗଡ଼ : ଆଠଗଡ଼ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଣ୍ଟପଦା ଓ ଜେନାପଦାଠାରେ ସୋମବାର ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୧୪୫ ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି। ବ୍ରହ୍ମପୁର କୋଭିଡ଼ ୧୯ ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଣ୍ଟପଦାଠାରେ ଅନୁଷ୍ଠିତ ଶିବିରରେ ୧୦୧ ଜଣ ଏବଂ ଜେନାପଦାଠାରେ ୪୪ଜଣଙ୍କର କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା। ଏହି ଶିବିର ପରିଚାଳନାରେ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ଡାକ୍ତର ମଧୁସ୍ମିତା ପ୍ରଧାନ, ପୁଷ୍ପମିତ୍ରା ଦାସ, କବିତାରାଣୀ ଦାସ, ମହମ୍ମଦ ଅସଲମ, ଏଲ.ଟି ସୁଚରିତା ସାହୁ, ପ୍ରିୟଙ୍କା ସାହୁ, କାଶୀନାଥ ଜେନା, ସୋନାଲି ପ୍ରିୟଦର୍ଶିନୀ, ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ ସହାୟତା କରିଥିଲେ। ବେଣ୍ଟପଦା ସରପଞ୍ଚ କନକଲତା ସାହୁ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories