www.samajalive.in
Monday, December 15, 2025
15.1 C
Bhubaneswar

ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଲେ ସୁନୀଲ

ନୂଆଦିଲ୍ଲୀ: ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଆକ୍ରମଣପନ୍ଥି ଖେଳାଳି ଏସ.ଭି ସୁନୀଲ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ସୁନୀଲଙ୍କ ଅବସର ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକର ୩୨ ବର୍ଷୀୟ ଅଗ୍ରଭାଗ ଖେଳାଳି ସୁନୀଲ ୧୪ ବର୍ଷର ଅନ୍ତଜାତୀୟ କ୍ୟାରିୟରରେ ୨୬୪ଟି ମ୍ୟାଚ ଖେଳି ୭୨ଟି ଗୋଲ ସ୍କୋର କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳରେ ସ୍ଥାନ ପାଇବାରେ ସୁନୀଲ ବିଫଳ ହୋଇଥିଲେ। ଯୁବ ଖେଳାଳିମାନଙ୍କୁ ବାଟ ଛାଡ଼ିବାର ଉପଯୁକ୍ତ ସମୟ ଆସିଛି। ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ଦଳର ବହୁ ପ୍ରତୀକ୍ଷିତ ସଫଳତା ପରେ ଦେଶରେ ହକି ନୂଆ ପରିଚୟ ପାଇଛି। ଯୁବ ଖେଳାଳିମାନଙ୍କୁ ଦକ୍ଷ କରିବା ନେଇ ବରିଷ୍ଠ ଖେଳାଳିମାନେ ବାଟ ଛାଡ଼ିବାର ଉପଯୁକ୍ତ ସମୟ ବୋଲି ଅବସର ଘୋଷଣା କରିବା ପରେ ସୁନୀଲ ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ କରିଛନ୍ତି।

ଭାରତୀୟ ଦଳ ପାଇଁ ୧୪ ବର୍ଷ ଖେଳିବାକୁ ନେଇ ବହୁତ ଗର୍ବିତ। ଆଗକୁ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ଆଶା କମ୍‌ ରହିଥିଲା। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଜାତୀୟ ଶିବିର ଲାଗି ସ୍ଥାନ ମିଳିବା ନେଇ ଆଶଙ୍କା କମ୍‌ ଥିବାରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ମୋତେ ସର୍ମଥନ କରିଥିବାରୁ ମୋ ପରିବାର ସହ ହକି ଇଣ୍ଡିଆ ଓ ହକିପ୍ରେମୀଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ସୁନୀଲ କହିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ଲାଗି ଦଳରେ ସ୍ଥାନ ନପାଇବାକୁ ନେଇ ଭାଙ୍ଗି ପଡ଼ିଥିଲି। ଯାହା ଫଳରେ ମୋ ଅଲିମ୍ପିକ୍‌ସ ପଦକ ସ୍ବପ୍ନ ଅଧୁରା ରହିଗଲା। ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସରେ ଖେଳିବା ମୋ ପାଇଁ ସମ୍ଭବପର ହୋଇନଥିବାରୁ ଅବସର ନେବା ହିଁ ଏକମାତ୍ର ବିକଳ୍ପ ଥିଲା ବୋଲି ସୁନୀଲ କହିଛନ୍ତି। ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହେବା ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ବୋଲି ସୁନୀଲ କହିଛନ୍ତି। ଅର୍ଜୁନ ପୁରସ୍କାର ବିଜେତା ସୁନୀଲ ୨୦୦୭ରେ ଏସିଆ କପ୍‌ରେ ପଦାର୍ପଣ କରିଥିଲେ।

- Advertisement -

ଏକଦା ଭାରତୀୟ ଦଳର ଶ୍ରେଷ୍ଠ ଆକ୍ରମଣପନ୍ଥି ଖେଳାଳି ଥିବା ସୁନୀଲ ୨୦୧୨ ଲଣ୍ଡନ ଓ ୨୦୧୬ ରିଓ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୧୮ କାଂସ୍ୟ ,୨୦୧୭ ଏସିଆ କପ୍‌ , ୨୦୧୪ ରାଜ୍ୟ​‌େ​‌ଗାଷ୍ଠୀ କ୍ରୀଡ଼ା ରୌପ୍ୟ, ୨୦୧୬ ଓ ୨୦୧୮ ଏଫ୍‌ଆଇଏଚ୍‌ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ, ୨୦୧୫ ହକି ବିଶ୍ବଲିଗ୍‌ ଫାଇନାଲ୍‌ସରେ କାଂସ୍ୟ, ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories