www.samajalive.in
Monday, December 15, 2025
14.1 C
Bhubaneswar

ଦେଶ ବିଦେଶରେ ପହଞ୍ଚିବ କୋରାପୁଟ କଫି, ଲୋକାର୍ପିତ ହେଲା ଇ-ବାଣିଜ୍ୟିକ ପୋର୍ଟାଲ

ଭୁବନେଶ୍ବର: କୋରାପୁଟ କଫିର ପ୍ରଚାର ପ୍ରସାର ହୋଇଛି। ଦେଶ ଓ ବିଦେଶରେ କୋରାପୁଟ କଫିକୁ ପହଞ୍ଚାଇବା ପାଇଁ ଦୁଇଟି କୋରାପୁଟ କ୍ୟାଫେ ବହିର୍ଗମନ ପଥ (ଆଉଟଲେଟ) ପ୍ରତିଷ୍ଠା କରାଯିବ। ଗୋଟିଏ କୋରାପୁଟ ଜିଲାରେ ପ୍ରତିଷ୍ଠା ହେବାକୁ ଥିବାବେଳେ ଅନ୍ୟଟି ପୁରୀ ଜିଲାର ସମୁଦ୍ରତଟରେ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଅନ୍ତର୍ଜାତୀୟ କଫି ଦିବସ। ଏହି ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ଏକ କଫି କ୍ୟାଫେ ସହିତ ଉତ୍ସର୍ଗୀକୃତ ଇ-ବାଣିଜ୍ୟିକ ପୋର୍ଟାଲ ଉଦ୍‌ଘାଟନ କରିଛନ୍ତି। ପୋର୍ଟାଲ(www.koroputcoffee.org) ରହିଛି। ଏହି ଇ-ବାଣିଜ୍ୟିକ 2ପୋର୍ଟାଲ ଦ୍ବାରା କୋରାପୁଟ କଫିର ଉତ୍କୃଷ୍ଟତା ସମଗ୍ର ବିଶ୍ବରେ ପରିଚିତ ହୋଇପାରିବ। ଭାରତର ଅନ୍ୟ ସ୍ଥାନରେ କୋରାପୁଟ କଫିକୁ ଏକ ବ୍ରାଣ୍ଡରେ ରୂପାନ୍ତରିତ କରିବାର ଯୋଜନା ରହିଛି। ଯାହା କଫି ଚାଷୀଙ୍କ ଜୀବନମାନରେ ଅନେକ ଉନ୍ନତି ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ ଆଦିବାସୀ ଅଧ୍ୟୁଷିତ ଜିଲା। ଏହି ଅଞ୍ଚଳରେ ହେଉଥିବା କଫି ଚାଷ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି। ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉପରେ ଅବସ୍ଥିତ କୋରାପୁଟ ଜିଲା ଶୀତଳ ଜଳବାୟୁ ସାଙ୍ଗକୁ ପର୍ଯ୍ୟାପ୍ତ ବୃଷ୍ଟିପାତ ହେବା ହେତୁ କଫି ଚାଷ ପାଇଁ ପାଗ ଅନୁକୁଳ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ଦୁଇ ବର୍ଷ ଭିତରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। କୋରାପୁଟ କଫିକୁ ସୁଦୂର ପ୍ରସାର ପାଇଁ ଓଡିଶା ଆଦିବାସୀ ବିକାଶ ସମବାୟ ସମିତି ପକ୍ଷରୁ ବିଭିନ୍ନ ପରିକଳ୍ପନା କରାଯାଇଛି। କୋରାପୁଟ କଫି ବିକାଶ ଟ୍ରଷ୍ଟ ନୂଆ ଓ ପୁରୁଣା ମିଶାଇ ୩୦୦ ହେକ୍ଟର ପରିମିତ ଜାଗାରେ କଫି ଚାଷକୁ ତ୍ବରାନ୍ବିତ କରିବା ପାଇଁ ବୃକ୍ଷରୋପଣ କରିଛି। ଅନ୍ତର୍ଜାତୀୟ କଫି ଦିବସରେ ଏକ କ୍ୟାଫେ ସହ ଦେଶ ବିଦେଶର ଲୋକଙ୍କୁ କୋରାପୁଟ କଫିର ବିଶେଷତ୍ବ ବିଷୟରେ ଅଧିକ ସୂଚନା ପ୍ରଦାନ ନିମନ୍ତେ ଏହି ଇ-ବାଣିଜ୍ୟିକ ପୋର୍ଟାଲ ସହାୟତା ହେବ।

- Advertisement -

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା, ଅନୁସୂଚିତ ଜାତି ଓ ଜନଜାତି ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଆଦିବାସୀ ବିକାଶ ସମବାୟ ସମିତି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ଭଲ, କୋରାପୁଟ ଜିଲାପାଳଙ୍କ ସହିତ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ଓଡିଶା ରାଜ୍ୟ ଆଦିବାସୀ ବିକାଶ ସମିତି ଭାବରେ ପ୍ରତିଷ୍ଠିତ ଏବଂ ଅନୁସୂଚିତ ଜାତି ଓ ଜନଜାତି ପ୍ରଶାସନ ନିୟନ୍ତ୍ରଣରେ ନିଗମ ଦ୍ବାରା ପଞ୍ଜିକୃତ ଆଦିବାସୀ ବିକାଶ ସମବାୟ ସମିତି ଓଡିଶାର ଆଦିବାସୀ ଉତ୍ପାଦକ ଓ ସଂଗ୍ରହକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସୁଛି। ଟିଡିସିସି ଏହି ଉତ୍ପାଦଗୁଡିକୁ ନିଜର ସ୍ବତନ୍ତ୍ର ମାଧ୍ୟମରେ ଆଦିବାସୀ ଜଗତ ନାମରେ ବିକ୍ରୟ କରିବା ସହ ଚାଷୀଙ୍କୁ ସହାୟତା କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories