www.samajalive.in
Sunday, December 7, 2025
14.1 C
Bhubaneswar

ବସ ରହଣିସ୍ଥଳରେ ଆତଙ୍କୀ ଆକ୍ରମଣ, ୩୫ ଜଣଙ୍କ ଉପରେ ଚଢ଼ାଇଦେଲେ ଟ୍ରକ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରୀୟ ଇସ୍ରାଏଲରେ ଅବସ୍ଥିତ ଆଇଡିଏଫର ଗ୍ଲିଲଟ୍‌ ସୈନ୍ୟ ଶିବିର ବାହାରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଶିବିର ନିକଟରେ ଥିବା ଏକ ବସ ରହଣି ସ୍ଥଳରେ ଏକ ସନ୍ଦିଗ୍ଧ ଆତଙ୍କୀ ଟ୍ରକ ସହାୟତାରେ ଦୁର୍ଘଟଣା ଘଟାଇଛି। ବସ ରହଣି ସ୍ଥଳରେ ଅପେକ୍ଷାରତ ଯାତ୍ରୀମାନଙ୍କ ଉପରେ ଟ୍ରକ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଏହି ଘଟଣାରେ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୁରକ୍ଷା କର୍ମୀମାନେ ଉକ୍ତ ଟ୍ରକ ଡ୍ରାଇଭରକୁ ଗୁଳି କରି ନିପାତ କରିଛନ୍ତି। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମର ବୋଲି ପୁଳିସ ସନ୍ଦେହ କରୁଛି।

ପୁଲିସ ସୂଚନା ଅନୁସାରେ, ରହଣି ସ୍ଥଳ ନିକଟରେ ଏକ ବସ ଅଟକି ଯାତ୍ରୀମାନଙ୍କୁ ଓହ୍ଲାଇଥିଲା। ଏହା ସହିତ ସେଠାରେ କିଛି ଯାତ୍ରୀ ବସରେ ଚଢ଼ିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତଗତିରେ ଏକ ଟ୍ରକ ଆସି ଯାତ୍ରୀମାନଙ୍କ ଉପରେ ଚଢ଼ାଇ ଦେଇଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories