ସୁଶୀଲ ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ପରିବର୍ତ୍ତନ ହୋଇଛନ୍ତି। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପରବର୍ତ୍ତୀ ସିଇଓ ଭାବେ ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ସୁଶିଲ କୁମାର ଲୋହାନୀଙ୍କୁ ମନୋନୀତ କରାଯାଇଛି। ଖୁବଶୀଘ୍ର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ
ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।
ସୂଚନା ଅନୁଯାୟୀ ବର୍ତ୍ତମାନ ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମାତ୍ର ସିଇଓ ପରିବର୍ତ୍ତନ ନେଇ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଜଣ ଆଇଏଏସ ଅଧିକାରୀଙ୍କ ନାମ ଭାରତର ନିର୍ବାଚନ ଆୟୋଗଙ୍କ ନିକଟକୁ ସୁପାରିସ କରାଯାଇଥିଲା। ସେଥିମଧ୍ୟରେ ଅବକାରୀ ବିଭାଗ ସଚିବ ତଥା ମଦ ନିଗମ ଅଧ୍ୟକ୍ଷ ସୁଶିଲ ଲୋହାନୀଙ୍କ ସହିତ ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ଏନ. ବି. ଏସ. ରାଜପୁତ ଏବଂ ୧୯୯୯ବ୍ୟାଚର ଭାସ୍କର ଜ୍ୟୋତି ଶର୍ମାଙ୍କ ନାମ ରହିଥିଲା।
Comments are closed.