www.samajalive.in
Sunday, December 14, 2025
17.1 C
Bhubaneswar

ପାକିସ୍ତାନ ଆଦୌ ଆମର ପ୍ରତିଦ୍ବନ୍ଦ୍ବୀ ନୁହେଁ: ସୂର୍ଯ୍ୟ

ଦୁବାଇ: ରବିବାର ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତିନେଇଛି। ସପ୍ତାହକ ତଳେ ଉଭୟ ଦଳଙ୍କ ମଧ୍ୟରେ ଲିଗ୍‌ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ଏହାକୁ ୭ ୱିକେଟ୍‌ରେ ଜିତିଥିଲା। ଏସିଆ କପ୍‌ରେ ଏହି ୨ଟି ବିଜୟକୁ ମିଶାଇ ପାକିସ୍ତାନ ବିପକ୍ଷରେ ଭାରତ ଯେକୌଣସି ଫର୍ମାଟରେ କ୍ରମାଗତ ୭ଟି ମ୍ୟାଚ୍‌ ଜିତିପାରିଛି। ଭାରତ ଓ ପାକିସ୍ତାନ କ୍ରିକେଟ୍‌ ପଡ଼ିଆରେ ଦୁଇ ବଡ଼ ପ୍ରତିଦ୍ବନ୍ଦ୍ବୀ ବୋଲି ବର୍ଷବର୍ଷ ଧରି କୁହାଯାଉଛି। ହେଲେ କ୍ରୀଡ଼ାର ଦୁଇ ସମାନ ଶକ୍ତିଶାଳୀ ଓ ସମାନ ସାମର୍ଥ୍ୟର ଦୁଇ ଦଳଙ୍କୁ ବଡ଼ ପ୍ରତିଦ୍ବନ୍ଦ୍ବୀ ବୋଲି କୁହା ଯାଇଥାଏ। ଯେପରି ଫୁଟ୍‌ବଲ ଦୁନିଆରେ ବ୍ରାଜିଲ-ଆର୍ଜେଣ୍ଟିନା କିମ୍ବା ଇଟାଲୀ-ସ୍ପେନ୍‌।

ଗତ କିଛିବର୍ଷ ହେଲା ପାକିସ୍ତାନ ବିପକ୍ଷରେ ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେଖି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନକୁ ବଡ଼ ପ୍ରତିଦ୍ବନ୍ଦ୍ବୀ ବୋଲି ଗ୍ରହଣ କରିନାହାନ୍ତି। ପାକିସ୍ତାନକୁ ସହଜରେ ଭାରତ ହରାଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ସୂର୍ଯ୍ୟକୁମାର କହିଥିଲେ, ଯଦି ଦୁଇ ଦଳ ପରସ୍ପର ବିପକ୍ଷରେ ୧୫-୨୦ଟି ମ୍ୟାଚ୍‌ ଖେଳିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ମୁକାବିଲାର ଫଳାଫଳ ୭-୭ କିମ୍ବା ୮-୭; ତେବେ ଉଭୟ ଦଳଙ୍କୁ ପ୍ରତିଦ୍ବନ୍ଦ୍ବୀ ବୋଲି କହିହେବ। ତେବେ ଯଦି ଦୁଇ ଦଳଙ୍କ ମଧ୍ୟରେ ଫଳାଫଳ ୧୩-୦ କିମ୍ବା ୧୦-୧; ତେବେ ସେମାନଙ୍କୁ ପ୍ରତିଦ୍ବନ୍ଦ୍ବୀ ବୋଲି କୁହା ଯିବନାହିଁ।

- Advertisement -

ସୂଚନାଯୋଗ୍ୟ; ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଦ୍ୟାବଧି ୧୫ଟି ମ୍ୟାଚ୍‌ ଖେଳା ଯାଇଥିବା ​ବେଳେ ଭାରତ ୧୨-୩ରେ ଆଗୁଆ ରହିଛି। ରବିବାର ଭାରତ ବିପକ୍ଷରେ ପାକିସ୍ତାନ ୧୦ ଓଭରରେ ୯୧ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୬ ଓଭରରୁ ମାତ୍ର ୩୦ ରନ୍‌ କରିଥିଲା। ୧୦ ଓଭର ପ​‌େ​‌ର ଜଳପାନ ବିରତି ମ୍ୟାଚ୍‌ରେ ନିର୍ଣ୍ଣାୟକ ହୋଇଥିଲା ବୋଲି ସୂର୍ଯ୍ୟକୁମାର କହିଛନ୍ତି। ଏହାପରେ ଭାରତୀୟ ବୋଲର ଅଧିକ ଉତ୍ସାହିତ ହୋଇ ବୋଲିଂ କରିଥି​‌େ​‌ଲ ଏବଂ କ୍ରମାଗତ ୩୯ଟି ବଲ୍‌ରେ ବାଉଣ୍ଡରୀ ଦେଇନଥିଲେ। ​‌େ​ଶଷ ୪ ଓଭରରୁ ପାକିସ୍ତାନ ୫୦ ରନ୍‌ କରିବାରୁ ଏହା ୧୭୧ ରନ୍‌ରେ ପହଞ୍ଚି ପାରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories